Home Breaking News / ତାଜା ଖବର ବସ ଦୁର୍ଘଟଣାରେ ୨ ମୃତ ୧୭ ଆହତ

ବସ ଦୁର୍ଘଟଣାରେ ୨ ମୃତ ୧୭ ଆହତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ନୀତିନ ଚୌଧୁରୀ): ଲକ୍ଷ୍ମୀପୁର ଠାରୁ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ବସ ଦୁର୍ଘଟଣା ଘଟି ଡ୍ରାଇଭର ସମେତ ଜଣେ ଯାତ୍ରୀବ୍କ ମୃତ୍ୟୁ ଘଟିଥିବା ବେଳେ 17 ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ବିଷମକଟକ ଗଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ର ଓ ଘରେଇ ଖ୍ରୀଷ୍ଟିଆନ ମେଡିକାଲ ରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟିଥିବା ଫର୍ଚୂନ ନାମକ ଘରୋଇ ବସଟି ରାତି ସାଢ଼େ ୧୦ଟାରେ ବିଷମକଟକ ଥାନା ହାଜାରିଡାଙ୍ଗ ନିକଟରେ ଏକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ 10 ଫୁଟ ତଳକୁ ଓଲଟି ପଡିଥିଲା। ବସଟିରେ 30ଜଣ ଯାତ୍ରୀଥିବା ଜଣାପଡ଼ିଥିବା ବେଳେ 17 ଆହତ ହୋଇଛନ୍ତି।

ତେବେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ବାସିନ୍ଦା ସଙ୍ଗେସଙ୍ଗେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତର ଖାନାକୁ ପଠେଇଥିଲେ। ତେବେ ପ୍ରଥମେ ବସ ତଳେ କୌଣସି ଯାତ୍ରୀ ରହିଥିବା ସନ୍ଦେହ ହୋଇଥିଲେ ମଧ୍ୟ ଯାଞ୍ଚ ପରେ କେହିନଥିବା ସ୍ପଷ୍ଟ ହୋଇଥିଲା। ଘଟଣା ସ୍ଥଳକୁ ରାୟଗଡା ଜିଲ୍ଲାପାଳ ଓ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଘଟଣା ସ୍ଥଳ ଓ ଡାକ୍ତଖାନା ପହଂଚି ଆହତଙ୍କ ସ୍ୱାସ୍ଥ ଅବସ୍ଥା ପଚାରି ବୁଝିଥିଲେ।

related posts

Leave a Comment