Home Breaking News / ତାଜା ଖବର ନବରଙ୍ଗପୁରରେ ରାଜ୍ୟସଭା ସାଂସଦ ପ୍ରତିନିଧି ଚୟନ କାର୍ଯ୍ୟକ୍ରମ

ନବରଙ୍ଗପୁରରେ ରାଜ୍ୟସଭା ସାଂସଦ ପ୍ରତିନିଧି ଚୟନ କାର୍ଯ୍ୟକ୍ରମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର(ରବିନାରାୟଣ ମହାନ୍ତି/ଜି ବିନୋଦ କୁମାର): ନବରଙ୍ଗପୁର ଜିଲା ୫ଟି ବ୍ଲକ ପାଇଁ ରାଜ୍ୟସଭା ସାଂସଦ ପ୍ରତିନିଧି ନିଯୁକ୍ତି କାର୍ଯ୍ୟକ୍ରମ ସୋମବାର ଶେଷ ହୋଇଛି। ଏଥିରେ ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି, କୋଷାଗୁମୁଡା, ପାପଡାହାଣ୍ଡି ଓ ଡାବୁଗାଁ ବ୍ଲକ ନିମନ୍ତେ ୫ ଜଣଙ୍କୁ ରାଜ୍ୟ ସଭା ସାଂସଦ ମୁଜିବୁଲ୍ଲା ଖାନ (ମୁନା ଖାନ) ଓ ଅନ୍ୟାନ୍ୟ କର୍ମୀ ମାନଙ୍କ ଉପସ୍ଥିତିରେ ନବରଙ୍ଗପୁର ଠାରେ ସୋମବାର ଚୟନ କରାଯାଇଥିଲା। ଏଥିରେ ନବରଙ୍ଗପୁର ବ୍ଲକ ପାଇଁ ତ୍ରିନାଥ ଭଟ୍ଟ,ତେନ୍ତୁଳୀଖୁଣ୍ଟି ବ୍ଲକ ପାଇଁ ଶ୍ରୀଧର ଖୁରା,କୋସଗୁମୁଦ ବ୍ଲକ ପାଇଁ ବଦ୍ରି ନାରାୟଣ ସିଂ,ପାପଡାହାଣ୍ଡି ବ୍ଲକ ପାଇଁ ଅବଦୁଲ ତାଜୁଦିନ୍ ଓ ଡାବୁଗାଁର ବରିଷ୍ଠ ବିଜେଡି ନେତା ରାମାରାଓ ଚୌଧୁରୀ ଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ଡାବୁଗାଁ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଙ୍କ ସହ କର୍ମୀ ମାନେ ଶ୍ରୀ ଚୌଧୁରୀ ଙ୍କୁ ଶୁଭେଚ୍ଛା ଜଣାଇବା ସହିତ ରାଜ୍ୟସଭା ସାଂସଦ ମୁନା ଖାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ଚୌଧୁରୀ ଡାବୁଗାଁରେ ସ୍ଵର୍ଗତ ବିଜୁ ପଟ୍ଟନାୟକ ଙ୍କ ଜନତା ଦଳ ଥିବା ସମୟରୁ ରହି ବର୍ତ୍ତମାନ ବିଜେଡିରେ କାର୍ଯ୍ୟ କରୁଛନ୍ତି। ସେ ଉକ୍ତ ପଦବୀରେ ସୂଚାରୁ ରୂପେ କାର୍ଯ୍ୟ କରି ଜନସାଧାରଙ୍କ ସେବା କରିବେ ବୋଲି ମତ ବ୍ୟକ୍ତ କରିଛନ୍ତି।

related posts

Leave a Comment