Home Breaking News / ତାଜା ଖବର ଦୁର୍ଦ୍ଦିନରେ ଖଡିଆ ପରିବାର

ଦୁର୍ଦ୍ଦିନରେ ଖଡିଆ ପରିବାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୁରଭଞ୍ଜ(ଅବିନାଶ ମହାନ୍ତି): ମୁଣ୍ଡ ଗୁଞ୍ଜିବାକୁ ସୁରକ୍ଷିତ ଘର ଟିଏ ନାହିଁ, ଘର ତଳିବାକୁ ସମ୍ବଳ ବି ନାହଁ, ପଲିଥିନ୍ ଢଙ୍କା ସାଙ୍ଗକୁ କାଠ ବାଉଁଶ ଘେରା ଭଙ୍ଗା ଦଦରା ଝାଟିମାଟି ପରିତ୍ୟକ୍ତ ଘରେ ଅସୁରକ୍ଷିତ ପରିବେଶ ଓ ଦରିଦ୍ରତାର କଠୋର ପ୍ରହାର ମଧ୍ୟରେ ଜୀବନ ଜିଁ ବା ପାଇଁ ସଙ୍ଘର୍ଷ କରୁଛନ୍ତି ଏକ ଖଡ଼ିଆ ପରିବାର,। ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବିଶୋଇ ବ୍ଲକ ଅନ୍ତର୍ଗତ ଯୋଡିଆ ପଞ୍ଚାୟତ ଅଧୀନ ଦେହୁରୀ ସାହି ରୁ ଆସିଛି ଏପରି ଚିତ୍ର। ପରିବାର କହିଲେ ସ୍ଵାମୀ-ସ୍ତ୍ରୀ ଓ 3 ଛଟ ଛଟ ଶିଶୁ। ସରକାରୀ ସହାୟତା କହିଲେ କେବଳ ରାସନ କାର୍ଡ। ଜମିବାଡ଼ି ବୋଲି କିଛିନାହିଁ , ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ କରି ବିକ୍ରି ସାଙ୍ଗକୁ ପରଘରେ କୁଲି ମଜୁରୀ କଲେ ଘର ଚଳେ ।

ବଣ ଜଙ୍ଗଲ ଘେରା ତଥା ସରୀସୃପ ଙ୍କ ଅବାଧ ବିଚରଣ ମଧ୍ୟରେ ଦୀର୍ଘ ବର୍ଷ ଧରି ସପରିବାର ଉକ୍ତ ବିପଦ ସଙ୍କୁଳ ଘରେ ଜୀବନ କୁ ବାଜି ଲଗେଇ ରହିବାକୁ ବାଧ୍ୟ ହେଉଛନ୍ତି, କେତେବେଳେ କଣ ଘଟିବ ତାହା ଭଗବାନ ଙ୍କୁ ଜଣା । ସରକାରୀ ଆବାସ ପାଇଁ ବହୁବାର ପଞ୍ଚାୟତ, ବ୍ଲକ ରେ ଆବେଦନ ନିବେଦନ କରିଥିଲେ ହେଁ କେହି କର୍ଣ୍ଣପାତ କରୁନଥିବା ର ଅଭିଯୋଗ କରନ୍ତି। ତେବେ ସତନ୍ତ୍ର ଅନୁଦାନ ପ୍ରାପ୍ତ ଖଡ଼ିଆ ଜନଜାତି ଙ୍କ ବିକାଶ ଦିଗରେ କିଏ ବାଧକ ବୋଲି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ସରପଞ୍ଚ,BDO ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ସାହିବାସୀ ଙ୍କ କହିବା ଅନୁଯାୟୀ ଦେହୁରୀ ସାହି ରେ ଅନେକ ଅସହାୟ ପରିବାର କୁ ଆଜି ପର୍ଯ୍ୟନ୍ତ ସରକାରୀ ଘର ଖଣ୍ଡେ ମିଳିପାରି ନାହିଁ, ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି, ଏଥିପ୍ରତି ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ସାହିବାସୀ ଗୁହାରି କରିଛନ୍ତି।

related posts

Leave a Comment