Home Breaking News / ତାଜା ଖବର ନୂତନ ଜଳ ପ୍ରପାତ ଉପରେ ପ୍ରଶାସନର ଦୃଷ୍ଟି ପଡୁନି…

ନୂତନ ଜଳ ପ୍ରପାତ ଉପରେ ପ୍ରଶାସନର ଦୃଷ୍ଟି ପଡୁନି…

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): କନ୍ଧମାଳ ଜିଲ୍ଲା ଏକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ହୋଇରହିଛି।ଏଠାରେ ପ୍ରାକୃତିକ ମନୋରମ ଦୃଶ୍ୟ ଦେଖିବାକୁ ଶୀତଦିନେ ବହୁ ସଂଖ୍ୟକ ଦେଶ ବିଦେଶରୁ ପର୍ଯ୍ୟ ଟକଙ୍କ ସୁଅ ଛୁଟିଥାଏ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳ ପ୍ରପାତ ଗୁଡିକ ଶୋଭା ବର୍ଦ୍ଧନ କରୁଥିବା ଥିବା ବେଳେ ପୁଣି ଏକ ନୂଆ ଜଳ ପ୍ରପାତର ସନ୍ଧାନର ଦୃଷ୍ଟି ଗୋଚର ହେଉଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ଗୁମାମାହା ପଞ୍ଚାୟତର ପୁକିମାହା ଠାରେ ଏକ ଜଳ ପ୍ରପାତ ରହିଥିବା କିଛି ସ୍ଥାନୀୟ ଯୁବଗୋଷ୍ଠୀଙ୍କ ଦ୍ବାରା ଲୋକଲୋଚନକୁ ଅଣାଯାଇଛି।ଏହା ପ୍ରାୟ ୧୫୦ ଫୁଟ ଉଚ୍ଚତାରେ ରହିଥିବା ଅନୁମାନ କରାଯାଉଛି। ଏହି ସ୍ଥାନକୁ ଯିବାପାଇଁ କୈାଣସି ରାସ୍ତା ନାହିଁ।ଘଞ୍ଚ ଜଙ୍ଗଲ ଦେଇ ଯିବାକୁ ପଡୁଥିବା କୁହାଯାଏ।

ଏହା ରାଇକିଆ ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ରହଛି। ଏହି ସ୍ଥାନକୁ ଯିବାକୁ ହେଲେ ମଣ୍ଡାସରୁ ଇକୋ ଟୁରିଜିମ୍ ସେଣ୍ଟର୍ ପୂର୍ବରୁ ବାମ ପାର୍ଶ୍ଵରେ ଏକ ରାସ୍ତା ଦେଇ ପୁକିମାହା-ବରେପାଙ୍ଗା ଯିବାକୁ ପଡ଼ିବ। ମୂଖ୍ୟ ରାସ୍ତା ଠାରୁ ପ୍ରାୟ ୨୦୦ ମିଟର ଦୂର ଘଞ୍ଚ ଜଙ୍ଗଲ ଦେଇ ଗଲେ ଏହି ଜଳପ୍ରପାତର ପ୍ରାକୃତିକ ମନୋରମ ଦୃଶ୍ୟ ଦେଖିବାକୁ ମିଳିଛି। ବ୍ଲକ୍ ପ୍ରଶା ସନ ଓ ବନ ବିଭାଗ ଏହାକୁ ଦୃଷ୍ଟିରେ ରଖି ସେହି ସ୍ଥାନକୁ ଏକ ରାସ୍ତା ଖୋଲାଗଲେ ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହୋଇ ପାରିବ। ପ୍ରଶାସନ ପକ୍ଷରୁ ବର୍ତ୍ତମାନ କୋଭିଡ-୧୯ କଟକଣା ପାଇଁ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକ ୩୦ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ କରାଯାଇଛି।

related posts

Leave a Comment