Home Breaking News / ତାଜା ଖବର ଧର୍ମଗଡ଼ ଉପଖଣ୍ଡ ସ୍ତରୀୟ କରଣ ସମାଜର ଚିତ୍ରଗୁପ୍ତ ପୂଜା ସମାପନ

ଧର୍ମଗଡ଼ ଉପଖଣ୍ଡ ସ୍ତରୀୟ କରଣ ସମାଜର ଚିତ୍ରଗୁପ୍ତ ପୂଜା ସମାପନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋକସରା(ଦେବେନ୍ଦ୍ର ସାଗର): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଲପାଲି ଠାରେ ଧର୍ମଗଡ଼ ଉପଖଣ୍ଡ ସ୍ତରୀୟ କରଣ ସମାଜର ଚିତ୍ରଗୁପ୍ତ ପୂଜା ଓ ବନ୍ଧୁମିଳନ ମହୋତ୍ସବ ରେଙ୍ଗାଲପାଲି ଗାୟତ୍ରୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯା ଇଛି । କଳସ ଯାତ୍ରା ପରେ ସର୍ବ ପ୍ରଥମେ ଆରାଧ୍ୟ ଦେବତା ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜାର୍ଚ୍ଚନାକରାଯାଇଥିଲା ପୂଜାରେ ପଣ୍ଡିତ ଉପେନ୍ଦ୍ର ଦାସ ଙ୍କ ତତ୍ତ୍ଵାବଧାନରେ ପୂଜାକର୍ତା ରୂପେ ଶ୍ୟାମସୁନ୍ଦର ପଟ୍ଟନାୟକ ଓ ଧର୍ମପତ୍ନୀ ଆଲ୍ହାଦିନୀ ପଟ୍ଟନାୟକ ଦାୟିତ୍ଵ ନିର୍ବାହ କରିଥିଲେ ।

ପୂଜାର୍ଚ୍ଚନା ପରେ ପରେ ମନୋରଞ୍ଜନ ପଟ୍ଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ନୀଳକଣ୍ଠ ପଟ୍ଟନାୟକ ସଭା ସଞ୍ଚାଳନ କରି ସମାଜର ଆରାଧ୍ୟା ଦେବତା ଚିତ୍ରଗୁପ୍ତ ମହାପ୍ରଭୁ ଓ କରଣ ସମାଜ ଉପରେ ଆଲୋକପାତ କରି ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଏହି ସଭାରେ କରଣ ସମାଜର ଉନ୍ନତି କାମନା କରିବା ପାଇଁ ସମସ୍ତେ ଏକାଠି ହେବାକୁ କାର୍ଯ୍ୟ କରିବାକୁ ନିଷ୍ପତି ନିଆଯାଇଥିଲା ।

related posts

Leave a Comment