Home Breaking News / ତାଜା ଖବର କୋଟଗଡରେ ଜଙ୍ଗଲ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ: ୬ ଆହତ

କୋଟଗଡରେ ଜଙ୍ଗଲ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ: ୬ ଆହତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ଏକ ଜଙ୍ଗଲ ଜମିକୁ ନେଇ କନ୍ଧମାଳ ଜିଲ। କୋଟଗଡ ଥାନା ମଦାଙ୍ଗି ଓ କେସରଗୁଡ଼ା ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ପ୍ରାୟ ଛଅ ଜଣ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ଆହତମାନଙ୍କୁ ପ୍ରଥମେ କୋଟଗଡ ଓ ପରେ ବାଲିଗୁଡ଼ା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଏକ ପ୍ଲାଟୁନ ପୋଲିସ ମୃତୟନ କରାଯିବା ସହ କୋଟଗଡ ଥାନା ଅଧିକାରୀ ହରମୋହନ ନାଏକ ଓ ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସର।ଫ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ରଲୋକଙ୍କ ବୁଝାସୁଝା କରିଥିଲେ।

ସୂଚନାଯୋଗ୍ୟ ଯେ, କେସରାଗୁଡ଼ା ଗ୍ରାମବାସୀ ଦୀର୍ଘବର୍ଷ ଧରି ଜଙ୍ଗଲ ଜମିକୁ ନିଜ ଅକ୍ରି ଆରରେ ରଖି ସୁରକ୍ଷା ମଧ୍ୟ କରିଆସୁଥିଲେ। ହେଲେ ପାଖ ମଦ।ଙ୍ଗି ଗ୍ରାମର କିଛି ଲୋକ ସେହି ଜଙ୍ଗଲ ଜମିକୁ ସେମାନଙ୍କ କବଜା କୁ ନେଇଯାଇଥିବାରୁ ଏହାକୁ ନେଇ ପୂର୍ବରୁ ବିବାଦ ଲାଗିରହିଥିଲା। ହେଲେ ଆଜି ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ପୋଲିସ ଘଟଣାର ତଦନ୍ତକରୁଛି ହେଲେ ଏହି ମାମଲାରେ କାହାରିକୁ ଏଯାଏ ଗିରଫ କରିନାହିଁ।

related posts

Leave a Comment