Home Breaking News / ତାଜା ଖବର ଟମାଟୋ ପାଇଁ ଅଟକିଗଲା ରାଜଧାନୀର ଟ୍ରାଫିକ୍: ଚର୍ଚ୍ଚାରେ ଟ୍ରାଫିକ ପୋଲିସ

ଟମାଟୋ ପାଇଁ ଅଟକିଗଲା ରାଜଧାନୀର ଟ୍ରାଫିକ୍: ଚର୍ଚ୍ଚାରେ ଟ୍ରାଫିକ ପୋଲିସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ଭୁବନେଶ୍ବରରେ ଏୟାରପୋର୍ଟ ଛକରେ ଟ୍ରାଫିକ୍ ପୋଲିସଙ୍କ କାମକୁ ଏବେ ସବୁ ଆଡେ ଚର୍ଚ୍ଚା। ରାଜଧାନୀର ଏୟାରପୋର୍ଟ ଟ୍ରାଫିକ ଛକ୍ ରେ ଜଣେ ଗରିବ ବ୍ୟବସାୟୀ ଅଟୋରେ ଯିବା ବେଳେ ସୋମବାର ତାଙ୍କର ଟମାଟୋ ତଳେ ପଡ଼ିଗଲା। ରାସ୍ତା ସାରା ଛିଟିକି ପଡିଥୀଲା ପାଚିଲା ଲାଲ୍ ଟମାଟର। ଗଡି ଚାଲିଲେ ସବୁ ଆଖୀ ପିଛୁଳାକେ ଚକଟି ହୋଇ ଯାଇଥାନ୍ତା ।

ରାଜଧାନୀର ବ୍ୟସ୍ତ ବହୁଳ ରାସ୍ତାରୁ ଟମାଟୋ ଉଦ୍ଧାର କରିବା ଅସମ୍ଭବ ହୋଇଥାନ୍ତା । ଏତିକି ବେଳେ ଡ୍ୟୁଟିରେ ଥିବା ଦୁଇଜଣ ଟ୍ରାଫିକ୍ ପୁଲିସ୍ ଗାଡି ସବୁ ଅଟକାଇ ଦେଇଥିଲେ । ଏୟାରପୋର୍ଟ ଛକ ଦେଇ ଯାଉଥିବା ସବୁ ରାସ୍ତା ବନ୍ଦ କରି ରାସ୍ତାରୁ ଟମାଟୋ ଗୋଟାଇବାକୁ ଲାଗିଥିଲେ । ଏହାକୁ ଦେଖି ସ୍ଥାନୀୟ ଲୋକ ହାତ ବଢାଇଥିଲେ । ଦେଖୁଦେଖୁ ସମସ୍ତ ଟମାଟୋ କୁ ଏକାଠି କରି ବ୍ୟବସାୟୀ ଙ୍କୁ ଦେଇ ବିଦା କରିଥିଲେ ,ଘଟଣା ଏବେ ସମସ୍ତଙ୍କ ମନ କିଣିନେଇଛି । ସମସ୍ତେ କହୁଛନ୍ତି ଟ୍ରାଫିକ୍ ପୋଲିସ୍ ହବ ତ ଏମିତି । ସମସ୍ତଙ୍କ ମୁହଁରେ ଟ୍ରାଫିକ୍ ପୋଲିସର ମହାନତାର ଚର୍ଚ୍ଚା।

related posts

Leave a Comment