Home Breaking News / ତାଜା ଖବର ଇପିଏଫ୍ ପେନସନ୍ ଭୋଗୀମାନଙ୍କର ୨ ଘଣ୍ଟିଆ ବିକ୍ଷୋଭ ଓ ଧାରଣା

ଇପିଏଫ୍ ପେନସନ୍ ଭୋଗୀମାନଙ୍କର ୨ ଘଣ୍ଟିଆ ବିକ୍ଷୋଭ ଓ ଧାରଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର(ରବି ନାରାୟଣ ମହାନ୍ତି/ଏସ କେ ମୁସ୍ତାକ୍): ଓଡିଶା ସମେତ ସାରା ଭାରତ ବର୍ଷ ର ୬୬ଲକ୍ଷ ଇପିଏଫ୍ ପେନସନ୍ ଭୋଗୀମାନେ ନଭେମ୍ବର ୧୬ ତାରିଖକୁ ଆଜିର ଦିଵସକୁ ଦାବୀ ଦିଵସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେଇଥିବା ଵେଳେ ନବରଙ୍ଗପୁର ଜିଲ୍ଲାର ମୁଖ୍ୟ ଡାକଘର ସମ୍ମୁଖରେ ୨ଘଣ୍ଟିଆ ଵିକ୍ଷୋଭ ଓ ଧାରଣା କୋଭିଡ୍ ନିୟମ ପାଳନ କରି ମୁହଁରେ ମାକ୍ସ ପିନ୍ଧି, ସାମାଜିକ ଦୂରତା ମାନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଅର୍ଦ୍ଧ ସରକାରୀ ଓ ବେସରକାରୀ ସଂସ୍ଥା ରେ କାର୍ଯ୍ୟ କରି ଅବସର ନେଉଥିବା କର୍ମଚାରି ମାନଙ୍କୁ ସାମାଜିକ ଓ ଆର୍ଥିକ ସୁରକ୍ଷା ଯୋଗାଇ ଦେବା ଲାଗି ତା୧୬/୧୧/୧୯୯୫ରେ କେନ୍ଦ୍ର ସରକାର ଇପିଏଫ୍-୯୫ ଯୋଜନା ପ୍ରଚଳନ କରିଥିଲେ।ଇତି ମଧ୍ଯ ଉକ୍ତଯୋଜନା କାର୍ଯ୍ୟକାରୀ ହେବାର ୨୫ ବର୍ଷ ବିତି ଯାଇଥିଲେ ବି ଓଡିଶା ସମେତ ସାରା ଦେଶରେ ଥିବା ୬୬ ଲକ୍ଷ ଇପିଏଫ୍ ପେନସନ୍ ଭୋଗୀମାନେ ସାମାଜିକ ସୁରକ୍ଷା ରୁ ଵଞ୍ଚିତ ହୋଇ ଘୋର ଦୁର୍ଦିନ ରେ ଦିନ କାଟୁ ଛନ୍ତି।

କେନ୍ଦ୍ରସରକାର ଓ ରାଜ୍ୟ ସରକାରଙ୍କ ଅଧୀନ ରେ କାର୍ଯ୍ୟ କରି ଅବସର ଗ୍ରହଣ କରୁ ଥିବା କର୍ମଚାରୀମାନଙ୍କୁ ୨୦୧୬ ମସିହା ଜାନୁୟାରୀରୁ ସର୍ବନିମ୍ନ ୯୦୦୦ଟଙ୍କା ମାସିକ ପେନସନ୍ ସହ ଦରଦାମ୍ ଵୃଦ୍ଧି ଭରଣା କରିବା ପାଇଁ ମହଙ୍ଗା ଭତ୍ତାଦିଆଯାଉଅଛି।କିନ୍ତୁ ପରିତାପର ଵିଷୟ ଦେଶ ଗଠନରେ ସମଭାଗୀଦାର ହୋଇଥିବା ଇପିଏଫ୍ ପେନସନ୍ ଭୋଗୀଙ୍କ କ୍ଷେତ୍ରରେ ପାତର ଅନ୍ତର କରାଯାଇ ସେମାନଙ୍କୁ ୨୦୧୪ ମସିହାରୁ ବିନା ମହଙ୍ଗା ଭତ୍ତାରେ ମାସିକ ସର୍ବ ନିମ୍ନ ଏକ ହଜାର ଟଙ୍କା ଦିଆ ଯାଉଛି। ଏଣୁ ସମସ୍ତ ଇପିଏଫ୍ ପେନସନ୍ ଭୋଗୀଙ୍କ ୁମାସିକ ସର୍ବ ନିମ୍ନ ୯୦୦୦ ଟଙ୍କା ପେନସନ୍ ସହ ମହଙ୍ଗା ଭତ୍ତା ଦେଵା ପାଇଁ ଦାଵି ହୋଇଆସୁଅଛି।

୨୦୧୬ ଅକ୍ଟୋବର ମାସରେ ମାନ୍ୟବର ସୁପ୍ରିମକୋର୍ଟ ଇପିଏଫ୍ ପେନସନ୍ ଭୋଗୀମାନଙ୍କୁ ସେମାନଙ୍କ ଶେଷ ଦରମା ଆଧାରରେ ବର୍ଧିତ ପେନସନ୍ ଦେଵା ପାଇଁ ଆଦେଶ ଦେଇଥିଲେ।ତଦନୁଯାଯୀ କେନ୍ଦ୍ର ସରକାର ଓ ଇପିଏଫ୍ କତ୍ତୃପକ୍ଷଙ୍କ ଅନୁମୋଦନକ୍ରମେ କେରଳ ସମେତ କେତେକ ରାଜ୍ଯ ରେ ଉକ୍ତ ଯୋଜନାକୁ କାର୍ଯ୍ୟକାରୀ କରିଥିଲେ ମଧ୍ୟ ଓଡିଶା ସମେତ ଅନ୍ୟ କେତେକ ରାଜ୍ଯ ରେ ଥିବା ଇପିଏଫ୍ ର ଆଞ୍ଚଳିକ କତ୍ତୃପକ୍ଷ ଏଯାବତ୍ ଉକ୍ତ ଆଦେଶକୁ କାର୍ଯ୍ୟକାରୀ କରୁ ନାହାନ୍ତି।ସ୍ୱଳ୍ପ ପେନସନ୍ ପାଇ ଏବର୍ଗର ବରିଷ୍ଠ ନାଗରିକ ମାନେ ଆବଶ୍ୟକିୟ ଖାଦ୍ୟଦ୍ରବ୍ଯ ସହ ଔଷଧ ପତ୍ର କିଣିବା ଅଭାବ ରୁ ବାର୍ଦ୍ଧକ୍ୟ ଜନିତ ନାନାଦି ରୋଗରେ ପିଡିତ ହୋଇ ଅର୍ଥାଭାବ ଯୋଗୁଁ ଉପଯୁକ୍ତ ଚିକିତ୍ସା ନ ପାଇ ମୃତ୍ୟୁ ମୁଖରେ ପଡୁଛନ୍ତି।ଏଣୁ ଉପରୋକ୍ତ ଦାବି ହାସଲ ପାଇଁ ଆମ ରାଜ୍ୟରେ ଥିବା ୧.୬୨ ଲକ୍ଷ ଇପିଏଫ ପେନସନ୍ ଭୋଗୀମାନଙ୍କୁ ଏକାଠି କରି”ଅଲ ଓଡିଶା ଇପିଏଫ୍ ପେନସନ୍ ର୍ସ ଆସୋସିଏସନ୍ ଗଠନ କରାଯାଇ ଗତ ୨ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଅହରହ ସଂଗ୍ରାମ କରି ଦାବି କରି ଆସୁଛି।

ଏଥିନେଇ ୩୦ ଜିଲ୍ଲାରେ ଜିଲ୍ଲା କମିଟି ଗଢାଯାଇ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରିଙ୍କୁ ଉପରୋକ୍ତ ଦାବି ସମ୍ମଳିତ ସ୍ମାରକ ପତ୍ର ପ୍ରଦାନ କରାଅଜାଉଛି।ଏପରିକି ଓଡ଼ିଶାର ସମସ୍ତ ମାନ୍ୟବର ଲୋକସଭା ଓ ରାଜ୍ୟସଭା ସାଂସଦ,ବାଚସ୍ପତି,ଉଭୟ ଗ୍ରୁହର ବିରୋଧୀ ଦଳର ନେତା ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ମାନଙ୍କୁ ପ୍ରଦାନ କରାଜାଇଛି।ରାଜ୍ୟ ସଭା ସଚିବାଳୟ ତରଫରୁ ଦାବିପତ୍ର ଶ୍ରମ ସଚିବ ଙ୍କ ନିକଟକୁ ବିଚାର ଲାଗି ପଠାଯାଇଛି।୯ଜଣ ସାଂସଦ,୨ଜଣ ରାଜ୍ୟ ସଭା ସାଂସଦ ଏପରି ୧୧ଜଣ ସାଂସଦ ଉକ୍ତ ଯୋଜନା କାର୍ଯ୍ୟକାରୀ ହେବା ପାଇଁ ପ୍ରଧାନ ମନ୍ତ୍ରୀ ଙ୍କ ନିକଟକୁ ପଠାଇ ଛନ୍ତି।ଏତଦ ବ୍ୟତୀତ କଟକ ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭତ୍ରୁହରି ମହତାବ,ରାଜ୍ୟସଭା ସାଂସଦ ସୁବାସ ଚନ୍ଦ୍ର ସିଂ,ଏ ନ୍.ଭାସ୍କର ରାଓ,ଲୋକସଭା ସାଂସଦ ସପ୍ତ ଗିରି ଉଲ୍ଲାକା,ଓ ଶର୍ମିଷ୍ଠା ସେଠୀ ଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା ହୋଇଛି।

କେନ୍ଦ୍ର ମନ୍ତ୍ରୀ ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନ ୨ଥର ପତ୍ର ଲେଖି ଶ୍ରମ ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱ।ରଙ୍କୁ ଉକ୍ତ ସମସ୍ୟାର ସମଧାନ ନିମନ୍ତେ ଅନୁରୋଧ କରିଛନ୍ତି।ଏଇ ନିକଟରେ ସାଂସଦ ଶ୍ରୀମତୀ ଅପରାଜିତା ଶଡଙ୍ଗୀ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳ ସିତାରମଣଙ୍କୁ ଭେଟି ଉକ୍ତ ସମସ୍ୟାର ସମଧାନ ନିମନ୍ତେ ଆଲୋଚନା କରିଛନ୍ତି।ଉକ୍ତ ପେନସନ୍ ଯୋଜନାର ୨୫ବର୍ଷ ପୂର୍ତ୍ତି ଅବସରରେ ଆଜି ଦିବସ କୁ ଦାବି ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେଇ ବିକ୍ଷୋଭ ଓ ଧାରଣା କରିଥିଲେ।ନବରଙ୍ଗପୁର ଜିଲ୍ଲା ଆବହକ ଲଛ୍ ମନ ପାଇକ ଙ୍କ ନେତୃତ୍ୱ ରେ ଜିଲ୍ଲାର ୧୦ଗୋଟି ବ୍ଲକ ରୁ ୧୭ଜଣ ଇପିଏଫ୍ ପେନସନ୍ ଭୋଗୀମାନେ ସହଯୋଗ କରି ଦୀର୍ଘ ଦୁଇ ଘଣ୍ଟା ଶାନ୍ତିପୂର୍ନଭାବେ ବିକ୍ଷୋଭ ଓ ଧାରଣା କରିଥିଲେ।ଏଣୁ ସରକାର ଏ ଦିଗରେ ଦୃଷ୍ଟି ଦେଇ ସମସ୍ୟାର ସମାଧାନ ତୁରନ୍ତ କରାଇବା କୁ ଜନସାଧାରଣରେ ଦୃଢ ଦାବି ହେଉଛି।

related posts

Leave a Comment