Home Breaking News / ତାଜା ଖବର ପାରିବାରିକ ଅଶାନ୍ତିରେ ମ୍ରିୟମାଣ ନିଶାସକ୍ତ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ: ବରଗଛ ଉପରେ ଦୀର୍ଘ ଦେଢ଼ ଘଣ୍ଟା ରହିବା ପରେ ଓହ୍ଲାହିଲେ

ପାରିବାରିକ ଅଶାନ୍ତିରେ ମ୍ରିୟମାଣ ନିଶାସକ୍ତ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ: ବରଗଛ ଉପରେ ଦୀର୍ଘ ଦେଢ଼ ଘଣ୍ଟା ରହିବା ପରେ ଓହ୍ଲାହିଲେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର(ରବିନାରାୟଣ ମହାନ୍ତି/ଜି ବିନୋଦ କୁମାର): ଜଣେ ନିଶାସକ୍ତ ଯୁବକ ପାରିବାରିକ ଅଶାନ୍ତି ପରେ ମ୍ରିୟମାଣ ହୋଇ ଗୋଟିଏ ବିରାଟ ବରଗଛ ଉପରେ ଦୀର୍ଘ ଦେଢ଼ ଘଣ୍ଟା ରହିବା ପରେ ନିଜେ ଗଛ ରୁ ଓହ୍ଲାହିଛି । ଯୁବକ ର କୌଣସି କ୍ଷତି ହୋଇ ନ ଥିଲେ ସୁଦ୍ଧା ପୋଲିସ ଓ ଅଗ୍ନିଶମ କର୍ମଚାରୀ ନିଶାସକ୍ତ ଯୁବକ ଜଣକୁ ଗଛ ରୁ ଓହ୍ଲାଇବା ପାଇଁ ନାକେଦମ୍ ହୋଇଥିଲେ । ଏପରି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ହାଟପଦା ସାହିରେ .ଯୁବକ ଜଣକ ଡାବୁଗାଁ ସଦର ହାଟପଦା ସାହିର ମାନସ ନାୟକ( ୩୦) ।

ସୂଚନା ଅନୁଯାୟୀ ଡାବୁଗାଁ ହାଟପଦା ର ମାନସ ନାୟକ( ୩୦) ଆଜି ସକାଳେ କୌଣସି କଥା କୁ ନେଇ ସ୍ତ୍ରୀ ସହ ଝଗଡା ହେବା ପରେ ରାଗରେ ହାଟପଦା ନିକଟ ଏକ ବିରାଟ ବରଗଛ ଉପରେ ଦିନ ପ୍ରାୟ ୧୨ ଘଣ୍ଟ ସମୟରେ ଚଢ଼ି ଯାଇଥିଲା । ନିଶାସକ୍ତ ଯୁବକ ମାନସ କୁ ଓହ୍ଲାଇବା ପାଇଁ ସେଠାରେ ଥିବା ଲୋକେ ତାକୁ କହିଲା ପରେ ମଧ୍ୟ ମାନସ ଓହ୍ଲାଇ ନ ଥିଲା । ଖବର ପାଇ ଡାବୁଗାଁ ପୋଲିସ ଓ ଅଗ୍ନିଶମ କର୍ମଚାରୀ ମାନସ କୁ ବରଗଛ ଉପରୁ ଉଦ୍ଧାର କରିବା ପାଇଁ ଆସିଥିଲେ ।

କିନ୍ତୁ ମାନସ ଗଛ ଉପରେ ଚଢିଲେ ତଳକୁ ଡେଇଁ ଦେବି ବୋଲି କର୍ମଚାରୀଙ୍କୁ ଧମକ ଦେବା ପରେ ନିରୁପାୟ ହୋଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଅପେକ୍ଷା କରିଥିଲେ .ନିଶାସକ୍ତ ଯୁବକ ର ଏପରି କାଣ୍ଡ ଦେଖିବା ପାଇଁ ବରଗଛ ମୂଳରେ ପ୍ରବଳ ଜନ ଗହଳି ହେଇଥିଲା ।ଶେଷରେ ଦୀର୍ଘ ଦେଢ଼ ଘଣ୍ଟା ପରେ ନିଶାସକ୍ତ ଯୁବକ ମାନସ ନିଜେ ବରଗଛ ଉପରୁ ଓହ୍ଲାଇଥିଲା ।ନିଶାସକ୍ତ ଯୁବକ ର କୌଣସି କ୍ଷତି ହୋଇ ନ ଥିଲେ ସୁଦ୍ଧା ପୋଲିସ ଓ ଅଗ୍ନିଶମ କର୍ମଚାରୀ ଙ୍କୁ ଦୀର୍ଘ ଦେଢ଼ ଘଣ୍ଟା କାଳ ନାକେଦମ୍ କରିଥିଲା ।

related posts

Leave a Comment