Home Breaking News / ତାଜା ଖବର ଏନଡିଏ ଡଙ୍ଗାରେ ଏଥର ନୀତିଶଙ୍କ ଯାତ୍ରା କେତେଦିନ ??

ଏନଡିଏ ଡଙ୍ଗାରେ ଏଥର ନୀତିଶଙ୍କ ଯାତ୍ରା କେତେଦିନ ??

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟନା: ୧୯୮୫ରେ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ । ଆଉ ଏହା ଭିତରେ ନୀତୀଶ କୁମାର ୭ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏବେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନୀତୀଶଙ୍କ କାର୍ଯ୍ୟକାଳର ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ଉଠିଛି ।

ବିହାରରେ ଏନ୍‌ଡିଏ ବିଧାୟକ ଦଳ ନେତା ନିର୍ବାଚିତ ହେବା ସହ ନୀତୀଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏନଡିଏ ନିକଟରେ ୧୨୫ ଆସନ ଥିବା ବେଳେ ବିଜେପି ୭୪ , ଜେଡିୟୁ ୪୩ ଆସନରେ ଜିତିଛି । ବିଜେପି ଅଧିକ ଆସନରେ ଜିତିଥିଲେ ମଧ୍ୟ ପୂର୍ବ ପ୍ରତିଶ୍ରୁତି ରକ୍ଷା କରି ନୀତୀଶଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରାଇବାକୁ ସହମତି ପ୍ରକାଶ ପାଇଛି। କିନ୍ତୁ ଏବେ ପ୍ରଶ୍ନ ଉଠିଛି ନୀତୀଶ କେତେଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିପାରିବେ। ପୂର୍ବରୁ ୨ ଥର ନୀତୀଶ କୁମାର ସହଯୋଗୀଙ୍କଠାରୁ କମ୍‌ ଆସନ ପାଇ ବିହାର ମୁଖ୍ୟମନ୍ତ୍ରୀ ରହିଥିଲେ। ୨୦୦୦ ମସିହାରେ ବିଜେପି ନୀତୀଶଙ୍କ ଦଳଠାରୁ ଅଧିକ ଆସନରେ ଜିତିଥିଲା। ସେ ସମୟରେ ମଧ୍ୟ ନୀତୀଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିନପାରିବାରୁ ସରକାର ଭାଙ୍ଗିଗଲା। ସେ ସମୟରେ ନୀତୀଶ କେବଳ ୮ ଦିନ ପାଇଁ ମୁଖ୍ୟମନ୍ତ୍ରୀ ରହିଥିଲେ। ଏହାପରେ ନୀତୀଶ ୨୦୧୫ ପର୍ଯ୍ୟନ୍ତ ବିହାରରେ ଏନ୍‌ଡିଏ ମେଣ୍ଟର ନେତୃତ୍ବ ନେଇଥିଲେ। କିନ୍ତୁ ପରେ ସେ ଲାଲୁଙ୍କ ଦଳ ଆର୍‌ଜେଡି ସହ ହାତ ମିଳାଇଥିଲେ। ୫ ବର୍ଷ ପୂର୍ବେ ଜେଡିୟୁ ୭୧ ଆସନ‌ରେ ଜିତିଥିବାବେଳେ ଆର୍‌ଜେଡି ୮୦ ଆସନରେ ଜିତିଥିଲା। ଏହି ସମୟରେ ନୀତୀଶ ଦ୍ବିତୀୟ ଥର ପାଇଁ ଶାସକ ମେଣ୍ଟର ନେତାଭାବେ ବିହାର ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ପରେ ନୀତୀଶ ମହାମେଣ୍ଟରୁ ଓହରିଯାଇ ଏନ୍‌ଡିଏରେ ଯୋଗ ଦେଇଥିଲେ। ୨ ଥର ନୀତୀଶଙ୍କ ଦଳ ଶାସକ ମେଣ୍ଟରେ କମ୍ ଆସନ ପାଇଥିବାରୁ ଅଂଶୀଦାର ହେବା ପରେ ନୀତୀଶ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରିନାହାନ୍ତି। ଏଥର ବି ସମାନ ଅବସ୍ଥା । ନୀତୀଶ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରିବେ କି ନାହିଁ ସେ ନେଇ ଆଶଙ୍କ।

related posts

Leave a Comment