Home Breaking News / ତାଜା ଖବର ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଯୁବକ ଗିରଫ

ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଯୁବକ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୁରଭଞ୍ଜ(ଅଭିନାଶ ମହାନ୍ତି): ଦୁଷ୍କର୍ମ ଉଦ୍ୟମର ଶିକାର ହୋଇ ଗୁରୁତର ନାବାଳିକା। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାରିପଦା ଟାଉନ ଥାନା ଅଞ୍ଚଳରେ। ତେବେ ପିଡିତା ନାବାଳିକା ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ ସୁନାମୁହିଁ ଅଞ୍ଚଳର ଯୁବକ ଶିବ ସିଂ ସହିତ ପିଡିତା ପରିବାରର ପରିଚୟ ରହିଛି। ଏହି ପରିଚୟକୁ ଆଧାର କରି ଅଭିଯୁକ୍ତ ଯୁବକ ଶିବ ସିଂ ଷ୍ଟେସନବଜାର ଅଞ୍ଚଳରେ ଥିବା ପିଡ଼ିତାଙ୍କ ଘରେ ପହଞ୍ଚି ସାଇକେଲରେ ବୁଲାଇବା ପାଇଁ ନାବାଳିକାକୁ ନେଇଯାଇଥିଲେ। କିନ୍ତୁ ବୁଲାଇବା ପାଇଁ ନେଇ ୫/୬ବର୍ଷର ନାବାଳିକା ଉପରେ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏଥିରେ ପିଡ଼ିତା ନାବାଳିକା ଗୁରୁତର ହୋଇ ପଡିବାରୁ ଅଭିଯୁକ୍ତ ଶିବ ସିଂ ନାବାଳିକାକୁ ତାଙ୍କ ଘରେ ଛାଡ଼ିଦେଇ ପଳାଇ ଯାଇଥିଲେ। ପରେ ପିଡିତା ନାବାଳିକା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପରିବାର ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶିବ ସିଂ କୁ ଗିରଫ କରି ଅଧିକ ତଦନ୍ତଜାରୀ ରଖିଛି।

related posts

Leave a Comment