Home Breaking News / ତାଜା ଖବର ଆମେରିକାରେ ଦୀପାବଳି: ଝଲସିଲା ଏମ୍ପାୟାର ଷ୍ଟେଟ୍ ବିଲ୍ଡିଂ

ଆମେରିକାରେ ଦୀପାବଳି: ଝଲସିଲା ଏମ୍ପାୟାର ଷ୍ଟେଟ୍ ବିଲ୍ଡିଂ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳିକୁ ପାଳନ କରିଛି ସାରା ବିଶ୍ୱ । କେବଳ ଭାରତ ନୁହଁ ବିଦେଶ ମାଟିରେ ମଧ୍ୟ ପାଳନ ହୋଇଛି ଏହି ପର୍ବ । ଏଥର ଦୀପାବଳି ଅବସରରେ ଆମେରିକାର ନ୍ୟୁୟର୍କ ସହରରେ ବଡ ଧୁମଧାମରେ ପାଳନ ହୋଇଛି ଆଲୋକର ପର୍ବ । ନ୍ୟୁୟର୍କ ସହରର ଏମ୍ପାୟର ଷ୍ଟେଟ୍ ବିଲ୍ଡିଂ କୋଠାକୁ ଆଲୋକର ପର୍ବ ସମୟରେ କମଳା ରଙ୍ଗରେ ସଜା ଯାଇଥିଲା । ନ୍ୟୁୟର୍କ, ନ୍ୟୁଜର୍ସି ଓ କନେକ୍ଟିକଟର ତ୍ରି-ରାଜ୍ୟ ଅଞ୍ଚଳରେ ଫେଡେରେଶନ ଅଫ୍ ଇଣ୍ଡିଆନ ଆଶେସିଏଶନ ସହଯୋଗରେ ଦୀପାବଳି ଅବସରରେ ଏମ୍ପାୟର୍ସ ଷ୍ଟେଟ ବିଲଡିଂକୁ କମଳା ରଙ୍ଗର ଆଲୋକରେ ସଜା ଯାଇଥିଲା । ଟୁଇଟ୍ କରି ନେଇ ସୂଚନା ପ୍ରଦାନ କରିଥିଲା ଏମ୍ପାୟାର ଷ୍ଟେଟ୍ ବିଲଡିଂ । ଶୁଭ ଦୀପାବଳି , ଆଜି ରାତିରେ ଆମେ ଆଲୋକର ପର୍ବ ପାଳନ କରୁଛୁ ବୋଲି ଟୁଇଟରେ ଉଲ୍ଲେଖ କରାଯାଇଥିଲା । ଭାରତୀୟ ପରମ୍ପରା, ସଂସ୍କୃତି ଏବଂ ରୀତିନୀତି ବିଷୟରେ ଲୋକଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ନ୍ୟୁ ଜର୍ସି, ନ୍ୟୁୟର୍କ ଏବଂ କନେକ୍ଟିକଟ୍ର ଦଶ ହଜାର ଲୋକଙ୍କୁ ଖାଦ୍ୟ ଯୋଗାଯାଇଥିଲା । ଉଲ୍ଲେଖଯୋଗ୍ୟ, ଗତବର୍ଷ ମଧ୍ୟ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟ ଭାରତ ଓ ଆମେରିକାର ଦୃଢ ସମ୍ପର୍କ ପାଇଁ ହ୍ବାଇଟ ହାଉସରେ ଦିପାବଳୀ ପାଳନ କରିଥିଲେ ।

related posts

Leave a Comment