Home Breaking News / ତାଜା ଖବର ଆସନ୍ତାକାଲି ଠାରୁ ମହାରାଷ୍ଟ୍ରରେ ଖୋଲିବ ସମସ୍ତ ଧାର୍ମିକ ସ୍ଥଳ

ଆସନ୍ତାକାଲି ଠାରୁ ମହାରାଷ୍ଟ୍ରରେ ଖୋଲିବ ସମସ୍ତ ଧାର୍ମିକ ସ୍ଥଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମହାରାଷ୍ଟ୍ରରୁ ଆସିଛି ଶ୍ରଦ୍ଧାଳୁଙ୍କ ପାଇଁ ଭଲ ଖବର । ଆସନ୍ତାକାଲି ଠାରୁ ମହାରାଷ୍ଟ୍ରରେ ସମସ୍ତ ଧାର୍ମିକସ୍ଥଳ ପୁନର୍ବାର ଭକ୍ତଙ୍କ ପାଇଁ ଖୋଲିବ । ସାଧୁସନ୍ଥମାନଙ୍କ ଦାବି ଆଗରେ ଅବଶେଷରେ ମୁଣ୍ଡ ନୁଆଁଇଛନ୍ତି ମହାରାଷ୍ଟ୍ର ସରକାର। ରାଜ୍ୟରେ ମନ୍ଦିର ଖୋଲିବାକୁ ସାଧୁସନ୍ଥମାନେ ଯେଉଁ ଆନ୍ଦୋଳନ କରିଥିଲେ, ତାକୁ ମହାରାଷ୍ଟ୍ର ସରକାର ମାନି ନେଇଛନ୍ତି । ଶନିବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି ଯେ ନଭେମ୍ବର ୧୬ ତାରିଖରୁ ରାଜ୍ୟରେ ସମସ୍ତ ଧାର୍ମିକ ସ୍ଥଳ ପୁନର୍ବାର ଭକ୍ତଙ୍କ ପାଇଁ ଖୋଲିବ। ମହାରାଷ୍ଟ୍ରରେ ଧାର୍ମିକ ସ୍ଥଳ ଭିତରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ କୋଭିଡ୍-୧୯ର ନିୟମ ପାଳନ ଉପରେ ବି ଗୁରୁତ୍ୱାରୋପ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜୁନ୍ ୮ ତାରିଖରୁ ଭାରତରେ ଧାର୍ମିକ ସ୍ଥଳ ଖୋଲିବାକୁ ଅନୁମତି ଦେଇଥିବା ବେଳେ ମହାରାଷ୍ଟ୍ର ସରକାର ଏହା ବିରୋଧରେ ନିଷ୍ପତ୍ତି ନେଇଥିଲେ। ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତିକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିଲା।

related posts

Leave a Comment