Home Breaking News / ତାଜା ଖବର ଦୋକାନ ଘର ପୋଡ଼ିରେ ଲକ୍ଷାଧିକ ସାମଗ୍ରୀ କ୍ଷତି

ଦୋକାନ ଘର ପୋଡ଼ିରେ ଲକ୍ଷାଧିକ ସାମଗ୍ରୀ କ୍ଷତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ) କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ବାକିଙ୍ଗିଆରେ ଗ୍ରାମରେ ଏକ ଜେନେରାଲ ଭେରାଇଟି ଦୋକାନ ଗୃହରେ ନିଆଁ ଲାଗିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁ ଯାୟୀ ବାକିଙ୍ଗିଆ ଗ୍ରାମରେ ମିଥୁନ ପ୍ରଧାନଙ୍କ ଲୁଗା ପଟା,କିରାଣି ସାମଗ୍ରୀ ସହ ଟେସନାରିର ଏକ ଭେରା ଇଟି ଷ୍ଟୋର ରହିଥିଲା। ରବିବାର ମଧ୍ୟାହ୍ନ ପ୍ରାୟ ୧ଟା ପାଖାପାଖିରେ ହଠାତ୍ ନିଆଁ ଲାଗିଯାଇଥିଲା।ସଙ୍ଗେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ଅନୁସନ୍ଧାନରୁ ଯାହା ଜଣାପଡ଼ୁଛି ଇଲେଟ୍ରିକ୍ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ବେଳେ ଦୋକାନରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଥିବା ଜଣା ପଡିଛି। ପୋଡ଼ିଥିବା ଦୋକାନ ଟି ଟିଣ ଛପର ହୋଇ ଥିବା ଜଣାପଡିଛି।ଖବର ପାଇ ଘଟଣା ସ୍ଥଳରେ ରାଇ କିଆ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।

related posts

Leave a Comment