Home Breaking News / ତାଜା ଖବର ଚନ୍ଦାହାଣ୍ଡିରେ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ପାଳିତ ଓ ସ୍ମୃତିସ୍ତମ୍ଭ ସ୍ଥାପନ

ଚନ୍ଦାହାଣ୍ଡିରେ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ପାଳିତ ଓ ସ୍ମୃତିସ୍ତମ୍ଭ ସ୍ଥାପନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଚାନ୍ଦାହାଣ୍ଡି(ବଂଶିଧର ସାଗର): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଗୋଣ୍ଡୱାନା ଛାତ୍ର ସଂଘ ତରଫରୁ ବୀର ବିର୍ସା ମୁଣ୍ଡା ଙ୍କ ୧୪୫ ତମ ଜନ୍ମ ଜୟନ୍ତୀ ଚନ୍ଦାହାଣ୍ଡି ବ୍ଲକ୍ ସାଲେଭଟା ଠାରେ ପାଳିତ ହୋଇଯାଇଛି।ଏହି ଅବସରରେ ଚନ୍ଦାହାଣ୍ଡି ବ୍ଲକ୍ ଓ ଛତିଶଗଡ଼ ରାଜ୍ୟ କୁ ସଂଯୋଗ କରୁଥିବା ମୁଖ୍ୟ ଛକ ସାଲେଭଟା ଠାରେ ବୀର ବିର୍ସା ମୁଣ୍ଡା ଙ୍କ ଏକ ସ୍ମୃତି ସ୍ତମ୍ଭ ପ୍ରତିଷ୍ଠା ହୋଇଯାଇଛି। ବ୍ଲକ୍ ଅଧ୍ୟକ୍ଷ ଟିକମ ସିଂ ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ବିର୍ସାମୁଣ୍ଡା ଙ୍କ ଜୀବନୀ ଉପରେ ଦୀର୍ଘ ଭାଷଣ ପ୍ରଦାନ ପୂର୍ବକ ତାଙ୍କ ଆଦର୍ଶ ରେ ଯୁବ ସମାଜ ଅନୁପ୍ରାଣିତ ହେବାକୁ ଆହ୍ବାନ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ଗଣ୍ଡ ୱାନା ସଂଘ ର ଜିଲ୍ଲା ସମ୍ପାଦକ ସନ୍ ଧର ମାଝୀ ଯୋଗ ଦେଇ ବିର୍ସା ଙ୍କ ଜୀବନୀ ଆଲୋଚନା ପୂର୍ବକ ମୂଳ ନିବାସୀ ଙ୍କ ଏକତା ବଜାଇ ରହିବାକୁ କହିଥିଲେ।ସମ୍ମାନନୀୟ ଅତିଥି ଭାବେ ଦଳିତ ନେତା କ୍ଷେମରାଜ୍ ବାଘ ଯୋଗ ଦେଇ ଆଦିବାସୀ ଜନ ଜାତି ଙ୍କ ତ୍ୟାଗପୂତ ଜୀବନୀ ବର୍ଣ୍ଣନା କରିବା ସହ ବିର୍ସା ମୁଣ୍ଡା ଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ପ୍ରସ୍ତାବ ଆଗତ କରିଥିଲେ। ଏଥିରେ ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ମାଳି ସମାଜ ସଭାପତି ଗୌର ହରି ନାୟକ,ଏସ ଏସ ଟି ସମ୍ମନ୍ଵୟ କମିଟି ସଭାପତି କୈବଲ୍ୟ ମାଝୀ,ସମାଜ ସେବୀ ପୁରୁଷୋତ୍ତମ ପାରି,ବେହେରା ମୁଣ୍ଡା ସରପଞ୍ଚ ଦଶରଥ ଧୁରୁଆ, ବିରଷ୍ଠ ଆଦିବାସୀ ନେତା କଦମ ପୂଜାରୀ,ଛତିଶଗଡ଼ ର କାର୍ଯ୍ୟକର୍ତ୍ତା ଦୀପଚନ ମର୍କାମ୍, କ୍ରିଷ୍ଣା ଅଣ୍ଟି, ମାର୍କଣ୍ଡ ପୂଜାରୀ, ସନ୍ତୋଷ ଖମାରୀ ପ୍ରମୁଖ ଯୋଗଦାନ କରିଥିଲେ।ଗଣ୍ଡ ୱ୍ଵାନା ଛାତ୍ର ସଂଘ ସଭାପତି ମୁରଲୀ ପୂଜାରୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଗଜେନ୍ଦ୍ର ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଛାତ୍ର ସଂଘ ରମେଶ ମାଝୀ, ଆକାଶ ପୂଜାରୀ,ଅକ୍ଷୟ କୁମାର ମାଝୀ,ବିପିନ୍ ପୂଜାରୀ,ସନିଦ୍ର ନେତାମ,ଲଳିତ ମାଝୀ,ମାନସିଂହ ପୂଜାରୀ,ବଂଶୀ ପୂଜାରୀ,ସଦାରାମ୍ ମାଝୀ ପ୍ରମୁଖ ସହଯୋଗ କରିଥିଲେ।

related posts

Leave a Comment