Home Breaking News / ତାଜା ଖବର ବିହାରରେ ନୀତିଶ ପୁଣି ହେବେ ମୁଖ୍ୟମନ୍ତ୍ରୀ: ୨ ଉପ ମୁଖ୍ୟମନ୍ତ୍ରୀ ସହ କାଲି ସାଢେ ୪ ଟାରେ ଶପଥଗ୍ରହଣ

ବିହାରରେ ନୀତିଶ ପୁଣି ହେବେ ମୁଖ୍ୟମନ୍ତ୍ରୀ: ୨ ଉପ ମୁଖ୍ୟମନ୍ତ୍ରୀ ସହ କାଲି ସାଢେ ୪ ଟାରେ ଶପଥଗ୍ରହଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର । ଏନଡିଏ ବିଧାୟକ ଦଳ ବୈଠକରେ ନୀତିଶ କୁମାର ପୁଣି ଥରେ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି । ଏହା ସହ ନୀତୀଶ କୁମାର ପୁଣି ଥରେ ବିହାରର ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଯାଇଛି । ତେବେ ଏଥର ବିଜେପିର ସୁଶୀଲ ମୋଦୀଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ବାଛିଛି ବିଜେପି । ବିଜେପି ବିଧାୟକ ରେଣୁ ଦେବୀ ଏବଂ ତାରକିଶୋର ପ୍ରସାଦଙ୍କ ନାଁ ଉପ ମୁଖ୍ୟମନ୍ତ୍ରୀ ରେସରେ ରହିଛି । ବେଟିଆରୁ ରେଣୁଦେବୀ ଓ କଟିହାରରୁ ଏଥର ବିଜେପି ଟିକଟରେ ଜିତିଛନ୍ତି ଦୁଇ ନେତା । ସେହିପରି ବାଚସ୍ପତି ପଦ ପାଇଁ ଜେଡିୟୁ ଆଶା ରଖିଥିବାରୁ ନିଷ୍ପତି ହୋଇପାରିନି । ଏନଡିଏ ବିଧାନସଭା ଦଳ ବୈଠକରେ ସାମିଲ ଥିବା କେନ୍ଦ୍ରିୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ନୀତୀଶ କୁମାରଙ୍କ ନାମ ଘୋଷଣା କରିଛନ୍ତି । ଏନଡିଏର ଏହି ବୈଠକରେ ସମସ୍ତ ଚାରି ସହଯୋଗୀ ଦଳ ଉପସ୍ଥିତ ଥିଲେ । ଏହି ବୈଠକରେ ବିଜେପି, ଜେଡିୟୁ, ହମ୍ ଏବଂ ଭିଆଇପି ର 125 ଜଣ ବିଧାୟକ ଉପସ୍ଥିତ ଥିଲେ ।

ଆସନ୍ତାକାଲି ସାଢେ ୪ଟାରେ ନୀତିଶ କୁମାର ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏନଡିଏ ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ସଂଧ୍ୟାରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ନୀତିଶ କୁମାର ।

related posts

Leave a Comment