Home Breaking News / ତାଜା ଖବର ପାଟନାରେ ବସିବ ଏନଡିଏ ବୈଠକ: ମୁଖ୍ୟମନ୍ତ୍ରୀ ନାଁରେ ବାଜିବ ମୋହର

ପାଟନାରେ ବସିବ ଏନଡିଏ ବୈଠକ: ମୁଖ୍ୟମନ୍ତ୍ରୀ ନାଁରେ ବାଜିବ ମୋହର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିହାରରେ କିଏ ହେବ ମୁଖ୍ୟମନ୍ତ୍ରୀ । ସରକାର ଗଠନ ପ୍ରକ୍ରିୟା ଆରମ୍ଭ ସହିତ ଏ ଦିଗରେ ଆଉ ପାଦେ ଆଗେଇଛି ଏନଡିଏ । ଆଜି ପାଟନାରେ ମଧ୍ୟାହ୍ନରେ ବସିବ ଏନଡିଏର ବିଧାୟକ ଦଳ ବୈଠକ । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ବିଧାୟକ ଦଳ ବୈଠକରେ କିଏ ହେବ ମୁଖ୍ୟମନ୍ତ୍ରୀ ଓ କିଏ ହେବ ଉପମୁଖ୍ୟମନ୍ତ୍ରୀ ସେହି ନାଁ ଉପରେ ଚର୍ଚା ହେବ । ସର୍ବସମ୍ମତିରେ ତାଙ୍କ ନାଁରେ ବାଜିବ ମୋହର । ଆଜି ପାଟନାରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ଏନ୍ଡିଏର ସମସ୍ତ ବିଧାୟକ ଉପସ୍ଥିତ ରହିବେ। ବୈଠକର ନିଷ୍ପତ୍ତି ଅନୁସାରେ ଶପଥଗ୍ରହଣ ଉତ୍ସବର କାର‌୍ୟ୍ୟକ୍ରମ ଧାର‌୍ୟ୍ୟ ହେବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳ ଫଗୁ ଚୌହାଣଙ୍କୁ ଭେଟି ନିଜର ଇସ୍ତଫାପତ୍ର ଦେଇଛନ୍ତି। ରାଜ୍ୟପାଳ ତାଙ୍କୁ ନୂଆ ସରକାର ଗଠନ ପର‌୍ୟ୍ୟନ୍ତ କାର‌୍ୟ୍ୟଭାର ସମ୍ଭାଳିବାକୁ ପରାମର୍ଶ ଦେଇଛନ୍ତି। ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଦଳ ଦୁର୍ବଳ ହୋଇଯାଇଥିବାରୁ ସେ ଆଉ ମୁଖ୍ୟମନ୍ତ୍ରୀ ହେବାକୁ ଚାହାନ୍ତି ନାହିଁ ବୋଲି ଏନ୍ଡିଏ ନେତାଙ୍କୁ ଜଣାଇ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରବିବାର ବୈଠକରେ ମୁଖ୍ୟମନ୍ତ୍ରୀ ପଦ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ। ଶୁକ୍ରବାର ନୀତୀଶଙ୍କ ଅଧ୍ୟକ୍ଷତାରେ ଏନ୍ଡିଏ ବିଧାୟକମାନଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ପରେ ନୀତୀଶ ଉପରୋକ୍ତ ସୂଚନା ଦେଇଛନ୍ତି। ପୂର୍ବରୁ ଏନଡିଏ ଜିତିଲେ ନୀତୀଶ କୁମାର ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ବାରମ୍ବାର ଘୋଷଣା କରିଛି। ଏବେ ସେ ଏଥିପାଇଁ ଆଗ୍ରହୀ ନ ଥିବା କହିଛନ୍ତି। ତାଙ୍କୁ ଏଥିପାଇଁ ରାଜି କରାଇବାକୁ ଏନଡିଏ ବୈଠକରେ ପ୍ରୟାସ କରାଯାଇଥିବା ପ୍ରକାଶ। ଏମିତିକି ଏନ୍ଡିଏର ସହଭାଗୀ ଦଳ ବିଜେପି, ହମ୍ ଓ ବିକାଶଶୀଳ ଇନ୍ସାନ୍ ପାର୍ଟି ବା ଭିଆଇପିର ନେତାମାନେ ନୀତୀଶଙ୍କ ଘରେ ପହଞ୍ଚିଥିଲେ ବୋଲି କୁହାଯାଉଛି। ସୂଚନାନୁଯାୟୀ, ନୀତୀଶ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପାଇଁ ବିଜେପି ଆଗରେ ଦୁଇଟି ସର୍ତ୍ତ ରଖିଛନ୍ତି। ପ୍ରଥମଟି ହେଲା ଚିରାଗ ପାଶ୍ବାନଙ୍କୁ ଏନଡିଏରୁ ବିଦା କରିବା ଓ ଦ୍ବିତୀୟଟି ହେଲା ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର କ୍ଷମତା ସଙ୍କୁଚିତ ନ କରିବା। ବିଜେପି ତାଙ୍କର ଏହି ଦୁଇଟି ସର୍ତ୍ତ ମାନିବାକୁ ରାଜି ଥିବା ସୂଚନା ମିଳିଛି।

related posts

Leave a Comment