Home Breaking News / ତାଜା ଖବର ଆବାସ ଯୋଜନା କାହା ପାଇଁ?

ଆବାସ ଯୋଜନା କାହା ପାଇଁ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ସରକାର ଗ୍ରାମାଞ୍ଚଳ ର ଗରିବ ବାସହୀନ ଲୋକଙ୍କ ପାଇଁ ଆବାସ ଯୋଜନାରେ ମ।ଗଣାରେ ବାସଗୃହ ଯୋଗାଇଦେବା କଥାକହୁଛନ୍ତି। ହେଲେ ଏ ସବୁ ଯୋଜନା ଗରୀବ ହିତାଧକାରୀଙ୍କ ପାଖରେ କିଭଳି ପହଞ୍ଚୁଛି ତାହା କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ସଲାଗୁଡ଼ା ପଞ୍ଚାୟତର ନେଡ଼ି ପଦର ଗ୍ରାମର ୭୦ ବର୍ଷର ନବୀଡିଗଲଙ୍କ ଘରକୁ ଦେଖିଲେ ଜଣାପଡିବ ।

୭୦ ବର୍ଷର ନବୀ ଏବେ ଗଲା କିଛିବର୍ଷ ହେଲା । ଏହି ଭଙ୍ଗା ଦଦରା ଘରେ ରହୁଛି। ଘରର କାନ୍ଥବୋଲି କିଛି ନାହିଁ। ଚିରା ପଲିଥିନ ପକାଇ ରହିଛି ନବୀ। ଗଲା ତିତି ଲି ବାତ୍ୟାରେ ଘର ଭୁଷୁଡି ପଡିଥିଲ। ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇଦେବା ପାଇଁ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ଯାଏ ଗ୍ରହାରି କରି କରି ଥକିଗଲେଣି ହେଲେ କିଏ ଶୁଣିବାକୁ ନାହିଁ। ଏପଟେ ରୋଗରେ ପଡି ସ୍ତ୍ରୀ ଗଲା ୭ବର୍ଷ ହେଲାଣି ଆରପାରିକୁ ଚାଲିଗଲେଣି । ସଂଗକୀୟମାନେ ପଚାରୁନାହାନ୍ତି। କଣ କରିବେ ଭାଗ୍ୟକୁ ଆଦରି ଏହି ଭଙ୍ଗା କୁଡିଆ’ଟିରେ ପଡିରହିଥିବା କହିଛନ୍ତି ନବୀ ଡିଗାଲ ।

ଏନେଇ ସଲାଗୁଡ଼ା ସରପଞ୍ଚଙ୍କୁ ପଚାରିବାରେ ସେ ନବୀଙ୍କୁ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ସେ ବିଡିଓଙ୍କୁ କହିଛନ୍ତି। ଦାୟୀତ୍ଵରେ ଥିବା ଫିରିଙ୍ଗିଆ ବିଡିଓ ଶାନ୍ତନୁ କୁମାର ନାଏକ ମଧ୍ୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନଗ୍ରହଣ କରିବେ ବୋଲି କହିଛନ୍ତି। ତେବେ ଅସହାୟ ବୁଦ୍ଧ ନବୀଙ୍କୁ ବିଡିଓ ବାବୁ କେବେ ଘର ଖଣ୍ଡିଏ ଯୋଗାଇଦେବେ ତାହା ଦେଖିବାର କଥା।

related posts

Leave a Comment