Home Breaking News / ତାଜା ଖବର ରାଇକିଆ ବ୍ଲକରୁ ୫ ଜଣଙ୍କ ପ୍ଲାଜମା ଦାନ

ରାଇକିଆ ବ୍ଲକରୁ ୫ ଜଣଙ୍କ ପ୍ଲାଜମା ଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): କରୋନା ମହା ମାରୀ ସଂକ୍ରମଣରୁ ସୁସ୍ଥ ହୋଇଥିବା ଯୋଦ୍ଧା ବ୍ୟକ୍ତି ସେମାନଙ୍କ ମହାନତାର ପରିଚୟ ଦେଇ ବହୁ ସଂଖ୍ୟ କ ବ୍ୟକ୍ତି ପ୍ରାଜମା ଦାନ କରୁଥିବା ବେଳେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ରୁ ମଧ୍ୟ ୫ ଜଣ ବ୍ୟକ୍ତି ଦାନ କରୁଥିବା ଜଣାପଡ଼ିଛି।ଏ ନେଇ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏହି ମହତ୍ତ୍ଵ କାର୍ଯ୍ୟକୁ ଆରୋଗ୍ୟ ଟିମ୍ ର ଡାକ୍ତର ପବିତ୍ର ମୋହନ ବିଶ୍ବାଳ ଓ ଫାର୍ମାସିଷ୍ଟ ରୂପେଶ କୁମାରଙ୍କ ତତ୍ତ୍ଵାବଧାନରେ ବ୍ଲକ୍ ର ପାଞ୍ଚ ଜଣଙ୍କ ମଧ୍ୟରୁ ଇନ୍ଦ୍ରଗଡ ପଞ୍ଚାୟତର ସ୍ବାସ୍ଥ୍ୟ କେନ୍ଦ୍ରର ଫାର୍ମା ସିଷ୍ଟ ରୂପେଶ କୁମାର ସାହୁ, ବଟକୃଷ୍ଣ ସ୍ବାଇଁ, ପଞ୍ଚାନନ ସାହୁ, ଦୀପକ ସାହୁଙ୍କ ସହ ବଡବାରବା ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ରବିକାନ୍ତ ନାୟକ ବ୍ରହ୍ମପୁର ଏମ କେସିଜି ମେଡିକାଲ୍ ରେ ପ୍ରାଜମା ଦାନ କରିଛନ୍ତି। ଏହି ମହତ୍ତ୍ଵ କାର୍ଯ୍ୟକୁ ରାଇକିଆ ବ୍ଲକ୍ ର ସରକାରୀ ଓ ବେସରକାରୀ ଅନୁଷ୍ଠାନରୁ ଶୁଭେଚ୍ଛା ପ୍ରଦାନ କରା ଯାଇଛି।ଏବଂ ଏହି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ମଧ୍ୟ ବ୍ଲକ୍ ରେ ଚର୍ଚ୍ଚା।

related posts

Leave a Comment