Home Breaking News / ତାଜା ଖବର ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ବିରୁଦ୍ଧରେ ମରିୟମଙ୍କ ସାଂଘାତିକ ଅଭିଯୋଗ: ବାଥ୍ ରୁମରେ ଲଗାଯାଇଥିଲା କ୍ୟାମେରା

ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ବିରୁଦ୍ଧରେ ମରିୟମଙ୍କ ସାଂଘାତିକ ଅଭିଯୋଗ: ବାଥ୍ ରୁମରେ ଲଗାଯାଇଥିଲା କ୍ୟାମେରା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୁଦ୍ଧରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ସରିଫ ଆଣିଛନ୍ତି ଗୁରୁତର ଅଭିଯୋଗ । ସେ ଜେଲରେ ଥିବାବେଳେ ତାଙ୍କ ଗାଧୁଆ ଘରେ କ୍ୟାମେରା ଲଗାଯାଇଥିବା ନେଇ ମରିୟମ ଅଭିଯୋଗ ଆଣିଛନ୍ତି । ମରିୟମ୍ କହିଛନ୍ତି, ଏହା ଜଣେ ମହିଳାଙ୍କ ପ୍ରତି ଅପମାନ। କିଛି ଦିନ ପୂର୍ବେ ସେନା ଏବଂ ଆଇଏସଆଇ ଅଧିକାରୀମାନେ କରାଚିରେ ଥିବା ତାଙ୍କ ହୋଟେଲରେ ଜବରଦସ୍ତ ପ୍ରବେଶ କରି ମରିୟମଙ୍କ ସ୍ୱାମୀଙ୍କୁ ଗିରଫ କରିଥିଲେ। ମରିୟମ କହିଛନ୍ତି ଯେ ତାଙ୍କୁ ଇମ୍ରାନ ଖାନ ସରକାର ଦୁଇଥର ଜେଲକୁ ପଠାଇଛନ୍ତି।

ସେହିପରି ମରିୟମ୍ କହିଛନ୍ତି ଯେ ଯଦି ମୁଁ ଜେଲରେ ଥିବା ପରିସ୍ଥିତି ବିଷୟରେ କୁହେ, ତେବେ ଏହା ଆଶ୍ଚର‌୍ୟ୍ୟଜନକ ମନେହୁଏ, ସେଠାରେ ମହିଳାମାନଙ୍କୁ କିପରି ବ୍ୟବହାର କରଯାଏ, ତାହା ଭାଷାରେ କହିହେବ ନାହିଁ। ଯଦି ମୁଁ ସତ କହିବି, ପ୍ରଶାସନ ଏବଂ ସରକାରଙ୍କର ଅସଲ ଚେହେରା ପଦାରେ ପଡିଯିବ। କାରଣ ସରକାର ସେନାକୁ ହାତବାରିସୀ କରି ଅନେକ ଘୃଣ୍ୟ କାର‌୍ୟ୍ୟ କରୁଛନ୍ତି। ମରିୟମ୍ କହିଛନ୍ତି ଏଠାରେ କି ପ୍ରକାର ଶାସନ ଚାଲିଛି, ଜଣେ ମହିଳାଙ୍କୁ ତାଙ୍କ ପିତାଙ୍କ ସାମ୍ନାରେ ଗିରଫ କରାଯିବା ସହ ତାଙ୍କୁ ଦୁର୍ବ୍ୟବହାର କରାଯାଉଛି।

ଅନ୍ୟପକ୍ଷରେ, ଏବେ ନୱାଜ ସରିଫ ଲଣ୍ଡନରେ ରହି ଚିକିତ୍ସିତ ହେଉଛନ୍ତି। ସେଠାରେ ମଧ୍ୟ ନୱାଜ ସରିଫ ସେନା ବିରୁଦ୍ଧରେ ଭିଡିଓ କନଫରେନ୍ସିଂରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ। ମରିୟମ କହିଛନ୍ତି ଯେ ସେନାର କାମ ହେଉଛି ସୀମାର ସୁରକ୍ଷା କରିବା, ରାଜନୀତି ନୁହେଁ।

related posts

Leave a Comment