Home Breaking News / ତାଜା ଖବର ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ପାଇଁ ବୈଠକ

ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ପାଇଁ ବୈଠକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଚନ୍ଦ୍ରହାଣ୍ଡି(ବଂଶୀଧର ସାଗର): ନବରଙ୍ଗପୁର ଜିଲ୍ଲା ଚାନ୍ଦା ହାଣ୍ଡି ବ୍ଲକ୍ ଅନ୍ତର୍ଗତ ପାଟଖଲିଆ ଗ୍ରାମ ପଞ୍ଚାୟତ ର ବନ୍ଧକୋନା ଗାଁ ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାେ ସ୍କୁଲ୍ ଅଭିଯାନ କାର୍ଯ୍ୟକ୍ରମ ବୈଠକ ଅନୁଷ୍ଠିତ ହେଇଥିଲା। ଉକ୍ତ ବୈଠକରେ ବର୍ତ୍ତମାନର ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ସନିନ୍ଦ୍ର ଶୋରି ଙ୍କ ସଭାପତିତ୍ବରେ ଏବର୍ଷର ଭୟବହୁ ମହାମାରୀ ଯଥା କୋଭିଡ୍ 19 ର ନିୟମକୁ ମାନି ଏବଂ ମାସ୍କ୍ ବ୍ୟବହାର ପୂର୍ବକ ମୋ ବିଦ୍ୟାଳୟ ଅଭିଯାନ ତଥା ମୋ ବିଦ୍ୟାଳୟ କମିଟି ଗଠନ ନିମନ୍ତେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଜରୁରକାଳୀନ ବୈଠକ ଅନୁଷ୍ଠିତ ହେଇଥିଲା। ଉକ୍ତ ବୈଠକରେ ଉପସ୍ଥିତ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଙ୍କ ସହମତି କ୍ରମେ ଶ୍ରୀ ପବିତ୍ର ଗହିର ଙ୍କୁ ମାେ ବିଦ୍ୟାଳୟ ର ସଭାପତି ଦାୟିତ୍ଵ ଦିଆଯାଇଥିଲା। ମୋ ବିଦ୍ୟାଳୟ ଅଭିଯାନ ନିୟମ ବିଷୟରେ ସ୍କୁଲ୍ ର ପ୍ରଧାନ ଶିକ୍ଷକ ଶ୍ରୀ ତ୍ରିଲୋଚନ ବାଘ ସମସ୍ତଙ୍କୁ ବୁଝାଇ ଥିଲେ। ଉକ୍ତ ବୈଠକରେ ସହକାରୀ ଶିକ୍ଷକ ଗୌରହରି ନାୟକ, ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ମନୋରମା ମହାପାତ୍ର, ମାଳତୀ ସୋରି, ଗଗନେ ନାୟକ,ମନୁ ସୋରି, ଓକିଲ ଦଂଗ୍ରୀ , ଭଦ୍ର ମାଝୀ, ଫଗନୁ ସୋରି, ରବି ନାୟକ, ଉଦ୍ଧବ ସୋରି, ଅରକ୍ଷିତ ନାୟକ, ଜୟଧର୍ ସୋରି, ଶିଙ୍ଗ ନାୟକ, ଅନ୍ତ ଅନ୍ତୀ, ପ୍ରଫୁଲ୍ଲ ଗହିର ସମସ୍ତେ ଉପସ୍ଥିତ ରହିଥିଲେ।

related posts

Leave a Comment