Home Breaking News / ତାଜା ଖବର ଦୀପାବଳି ସମୟରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନର କଡା ଜବାବ

ଦୀପାବଳି ସମୟରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନର କଡା ଜବାବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାରା ଦେଶ ଯେତେବେଳେ ଦୀପାବଳି ପାଳନ ପାଇଁ ଅଂଟା ଭିଡୁଥିଲା, ସେତେବେଳେ ପାକିସ୍ତାନ ସୀମା ସେପାଖରୁ କରୁଥିଲା ଷଡଯନ୍ତ୍ର । ଆଉ ଏହାର ସଦ୍ୟ ଉଦାହରଣ ହେଉଛି ସୀମାର ୪ଟି ସ୍ଥାନରେ ପାକିସ୍ତାନୀ ସୈନ୍ୟଙ୍କ ଅସ୍ତ୍ରବିରତି ଉଲ୍ଲଙ୍ଘନ । ଏହାର କଡା ଜବାବ୍ ଦେଇଛନ୍ତି ଭାରତୀୟ ଜବାନ । ଏହି ଅସ୍ତ୍ରବିରତି ଉଲଂଘନ ଘଟଣା ୪ଟି ସ୍ଥାନରେ ହେବା ପରେ କାଶ୍ମୀର ସୀମାନ୍ତରେ ଶୁକ୍ରବାର ଘମାଘୋଟ ଲଢ଼େଇ ପରିସ୍ଥିତି ଦେଖିବାକୁ ମିଳିଥିଲା । ଉତ୍ତର କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟ ଉରିରୁ ଗୁରେଜ ପର‌୍ୟ୍ୟନ୍ତ ବିଭିନ୍ନ ସେକ୍ଟରରେ ପାକିସ୍ତାନ ସେନା ଅସ୍ତ୍ରବିରତି ନିୟମ ଉଲ୍ଲଙ୍ଘନ କରିଛନ୍ତି। ପାକିସ୍ତାନୀ ଆକ୍ରମଣରେ ଭାରତର ୩ ଯବାନ ସହିଦ ହୋଇଛନ୍ତି। ଏଥିସହ ୪ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି। ଯବାନଙ୍କ ସହ ମୋଟ ୧୦ଜଣ ଆହତ ହୋଇଛନ୍ତି। ମୃତ ଯବାନଙ୍କ ମଧ୍ୟରେ ବିଏସଏଫ ସବ୍ଇନ୍ସପେକ୍ଟର ଓ କନ୍ଷ୍ଟେବଳ ଅଛନ୍ତି। ତେବେ ଏହାର କଡା ଜବାବ ଦେଇଥିଲା ଭାରତୀୟ ସେନା । ପାକିସ୍ତାନୀ ସେନାର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ସହ ଭାରତୀୟ ସେନା ଜୋର୍ଦାର ପ୍ରତିଆକ୍ରମଣ କରି ପାକିସ୍ତାନର ସୀମାନ୍ତ ପୋଷ୍ଟକୁ ଧ୍ୱସ୍ତ କରିଦେଇଛି । ଯେଉଁଥିରେ ପାକିସ୍ତାନର ପ୍ରାୟ ୧୧ରୁ ଅଧିକ ଯବାନ ନିପାତ ହୋଇଛନ୍ତି । ୧୦ରୁ ୧୨ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ପାକିସ୍ତାନ ସେନାର ୩ଜଣ ଏସ୍ଏସ୍ଜି କମାଣ୍ଡର ଥିବା ଜଣାପଡ଼ିଛି। ବିଶେଷକରି ଭାରତ କଡ଼ା ଯବାବ ଦେବାକୁ ଯାଇ କ୍ଷେପଣାସ୍ତ୍ର ମାଡ଼ କରିଛି। ଫଳରେ ପାକିସ୍ତାନର ଏକାଧିକ ସେନା ବଙ୍କର ଓ ଅସ୍ତ୍ରାଗାର ସହ ଆତଙ୍କବାଦୀଙ୍କ ଆଡ୍ଡା ଓ ଲଞ୍ଚପ୍ୟାଡ୍ ଆଦି ଧ୍ବଂସ ପାଇଛି। ଏହି ଘଟଣା ନେଇ ଭାରତ ପକ୍ଷରୁ ସମଗ୍ର ଏଲ୍ଓସିରେ ବଡ଼ ଧରଣର ସମରସଜ୍ଜା କରାଯାଇଛି। ପାକିସ୍ତାନ ଅନୁପ୍ରବେଶକାରୀ ଗତ ୭ତାରିଖ ରାତିରେ କୁପୱାଡ଼ା ଜିଲା ଅନ୍ତର୍ଗତ ମାଛିଲ ସେକ୍ଟରରେ ଭାରତକୁ ପ୍ରବେଶ ଉଦ୍ୟମ କଲାବେଳେ ଭାରତୀୟ ସେନା କାର‌୍ୟ୍ୟାନୁଷ୍ଠାନରେ ତିନି ଆତଙ୍କବାଦୀ ନିପାତ ହୋଇଥିଲେ। ଏହି ଘଟଣାରେ ଭାରତର ୪ ସୁରକ୍ଷାକର୍ମୀ ସହିଦ ହେବା ସହ ୨ଜଣ ଆହତ ହୋଇଥିଲେ। ଚଳିତ ବର୍ଷ ଏଲଓସିରେ ପାକିସ୍ତାନ ପକ୍ଷରୁ ୪୦୫୨ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି। ଏହି ଘଟଣାରେ ୨୦ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ୪୭ଜଣ ଆହତ ହୋଇଛନ୍ତି। ୨୦୧୯ରେ ମୋଟ ୩୨୩୩ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଥିଲା।

related posts

Leave a Comment