Home Breaking News / ତାଜା ଖବର ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୁରଭଞ୍ଜ(ଅଭିନାଶ ମହାନ୍ତି): ଭିଜିଲାନ୍ସ ଜାଲରେ କପ୍ତିପଦା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ। କପ୍ତିପଦା କାର୍ଯ୍ୟାଳୟ ରେ ଏକ ଭଡା ଗାଡି ଲାଗିଥିବାବେଳେ ଗାଡି ମାଲିକ ଶିଶିର କୁମାର ନାୟକଙ୍କ ଠାରୁ ବକେୟା ବିଲ ବାବଦରେ 1300 ଟଙ୍କା ଲାଞ୍ଚ ନେଉଥିବାବେଳେ ବାଲେଶ୍ୱର ଭିଜିଲାନ୍ସ ଟିମ କନିଷ୍ଠ ଯନ୍ତ୍ରୀ ଅଶ୍ୱିନୀ କୁମାର ଦାସ ଅଧିକାରୀ ଙ୍କୁ ଅଟକ ରଖି ପଚାର ଉଚୁରା ଜାରି ରଖିଛନ୍ତି। ତେବେ ଉକ୍ତ ଗାଡି ମାଲିକ ବାରମ୍ବାର କନିଷ୍ଠ ଯନ୍ତ୍ରୀ ଙ୍କୁ ବକେୟା ବିଲ କହୁଥିବାବେଳେ ଟଂକାନଦେଲେ ବିଲ ହେବ ନାହିଁ ବୋଲି କହିଥିବାବେଳେ ଗାଡି ମାଲିକ ବାଲେଶ୍ୱର ଭିଜିଲାନ୍ସ ଟିମ ର ଆଶ୍ରୟ ନେଇଥିଲେ। ତେବେ ଆଜି ବାଲେଶ୍ୱର ଭିଜିଲାନ୍ସ ଟିମ କପ୍ତିପଦା ଡିଭିଜନ ରଥିପୁର ନେସ୍କୋ କାର୍ଯ୍ୟାଳୟରେ 1300 ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।

related posts

Leave a Comment