Home Breaking News / ତାଜା ଖବର ଅବଧୀ ସରିଲାଣି ହେଲେ ରାସ୍ତାକାମ ସରିବାର ନା ଧରୁନି

ଅବଧୀ ସରିଲାଣି ହେଲେ ରାସ୍ତାକାମ ସରିବାର ନା ଧରୁନି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀରୁ(ସୁନୀଲ ପଟ୍ଟନାୟକ): ସରକାର ଗ୍ରାମାଞ୍ଚଳର ଲୋକ ମାନଙ୍କ ଗମନା ଗମନ ସୁବିଧା ପାଇଁ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ କରିବା ଲାଗି କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି। ହେଲେ ଏସବୁ ରାସ୍ତା କାମ ନିମ୍ନମାନର କରାଯାଉଥିବ। ଅଭିଯୋଗ ହେଉଛି। ଏଣେ ଅବଧୀ ସାରିଲାଣି କିନ୍ତୁ ରାସ୍ତା ସରିବାର ନାଁ ଧରୁନି।

କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବ୍ଲକ ଅନ୍ତର୍ଗତ ତଲାରିମାହା – ରେଢ଼ାଶିଙ୍ଗି ରାସ୍ତା ରାସ୍ତାର କିଛି ଅଞ୍ଚଳରେ ପିଚୁ ପକାଯାଇଛି। ହେଲେ କାମ ଅତି ନିମ୍ନମାନର ହୋଇଥିବାରୁ କେଉଁଠି ହାତ ମାରିଦେଲେ ଗଡ଼ ବାହାରି ଯାଉଛି ତ ଆଉ କେଉଁଠି ଗୋଡ଼ ରେ ଘୋଷାଡ଼ି ଦେଲେ ଗୁଡ଼ି ସବୁ ଉଠି ଯାଉଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ରାସ୍ତା କାମ କିଭଳି ହେଉଛି । ଏନେଇ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ ନା ଯନ୍ତ୍ରୀ ନା ଠିକାଦାର କେହିବି ଶୁଣୁନାହାନ୍ତି। ଫଳରେ ଲୋକେ ଯାଆସ କରିବାରେ ନାଇଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସେହିପରି ଫୁଲବାଣୀ ବ୍ଲକ ଅନ୍ତର୍ଗତ ମିଣିଆ ରାସ୍ତା କାମ ମଧ୍ୟ ଅଧା ପନ୍ତୁରିୟା ଅବସ୍ତାରେ ପଡ଼ିଛି। ରାସ୍ତା କାମ କେବେ ସରିବ ଠିକାଦାର କି ଯନ୍ତ୍ରି ସଠିକ୍ ଭାବେ କହିପାରୁ ନାହାନ୍ତି।

ଗତ 26.6.2018 ମସିହାରେ 2 କୋଟି 19 ଲକ୍ଷ 80 ହଜାର ଟଙ୍କା ବ୍ଯୟରେ ଜି ଉଦୟଗିରି ବ୍ଲକ ଅନ୍ତର୍ଗତ ତଲିରିମାହା, ରେଢ଼ାଶିଙ୍ଗି ଯାଏ 6.75 k.m ରାସ୍ତା କାମ ଆରମ୍ଭ ହୋଇଥିଲା ଏହି ରାସ୍ତା କାମ ନୟାଗଡ଼ ଅଞ୍ଚଳର ପ୍ରସନ୍ନ କୁମାର ତ୍ରିପାଠୀ ନାମକ ଜଣେ ଏ ଶ୍ରେଣୀ ଠିକାଦାର ଟେଣ୍ଡର ମାଧ୍ୟମରେ କାମ ନେଇଥିଲେ। ଏହି ରାସ୍ତା କାର୍ଯ୍ୟ 25.5.2019 ରେ ସରିବା ଲାଗି ଚୁକ୍ତି କରିଥିଲେ ତେବେ ଅବଧି ସରିବାର ଦେଢ ବର୍ଷ ବିତିଗଲାଣି ହେଲେ ରାସ୍ତା କାମ ଅଧା ପନ୍ତୁରିୟା ଅବସ୍ତାରେ ପଡ଼ିଛି। ସେହିପରି ଫୁଲବାଣୀ ବ୍ଲକର କୁମୁରି ଗୁଡ଼ା ରୁ ଜରଗି ପଡ଼ା 8 k.m 592 ମିଟର ରାସ୍ତା କାମ କରିବା ପାଇଁ 3 କୋଟି 4 ଲକ୍ଷ 26 ହଜାର ଟଙ୍କା ବ୍ଯୟରେ ଗଞ୍ଜାମ୍ ର ଗୋପାଳ ରାଓ ଦରା ନାମକ ଜଣେ ବରିଷ୍ଠ ଠିକାଦାର ଟେଣ୍ଡର ପାଇ ଗତ 13.6.2019 କାମ ଆରମ୍ଭ କରିଥିଲେ ଓ ଏହି କାମ 12.6.2020 ରେ ସରିବା କଥା କିନ୍ତୁ କେବଳ ମେଟାଲ୍ ଓ ମୁରମ୍ ମାଟି ଠାଏ ଠାଏ ପଡିଥିବା ଦେଖିବାକୁ ମିଳିଛି । କାମ କରୁଥିବା ଶ୍ରମିକ ମାନଙ୍କୁ ବି ସେମାନଙ୍କ ମଜୁରୀ ମିଳିନଥିବା ଅଭିଯୋଗ କରିଛନ୍ତି |

କେବଳ ଏହି ଦୁଈଟି ରାସ୍ତା ନୁହେ, କନ୍ଧମାଳ ଜିଲ୍ଲା ରେ ଏଭଳି ରାସ୍ତା କାମ ନିମ୍ନମାନର ହୋଇଥିବା ସାଙ୍ଗକୁ ଅଧପନ୍ତୁରିୟା ଅବସ୍ତାରେ ପଡ଼ିଛି। ଏନେଇ ଆମେ ଗ୍ରାମ୍ୟ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରୁ କରୋନା କଟକଣା ଯୋଗୁ ରାସ୍ତା କାମ ଧିମେଇ ଯାଇଛି। ରାସ୍ତା କାମ ତୁରନ୍ତ ସାରିବା ଲାଗି ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଡେସେମ୍ବର ମାସ ଶେଷ ସୁଦ୍ଧା ଏ ସବୁ ରାସ୍ତା କାମ ସରିଯିବ ବୋଲି କହିଛନ୍ତି ସହକାରୀ ଯନ୍ତ୍ରୀ | ରାସ୍ତା କାମ ଯଦି ନିମ୍ନମାନର ହୋଇଥିବା ଅଭିଯୋଗ ଆସିଲେ ତଦନ୍ତ କରାଯାଇ ଠିକାଦାରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଆହୁରି କହିଛନ୍ତି। ହେଲେ ଦୁର୍ନତି ଗ୍ରସ୍ତ ଠିକାଦାରଙ୍କ ବିରୋଧରେ ବିଭାଗ ପକ୍ଷରୁ କି କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯାଇଛି ତାହା ଦେଖିବାର କଥା।

related posts

Leave a Comment