Home Breaking News / ତାଜା ଖବର ୨ ବର୍ଷ ଯାଏ ପାଟଣା ପୂର୍ବତନ ଆଇଆଇସିଙ୍କୁ ମିଳିବନି ପୋଷ୍ଟିଂ

୨ ବର୍ଷ ଯାଏ ପାଟଣା ପୂର୍ବତନ ଆଇଆଇସିଙ୍କୁ ମିଳିବନି ପୋଷ୍ଟିଂ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କେନ୍ଦୁଝର: ଥାନା ହାଜତରେ ଅଭିଯୁକ୍ତଙ୍କୁ ଅମାନୁଷିକ ଭାବେ ମାଡ ମାରିବା ଘଟଣାରେ କେନ୍ଦୁଝର ପାଟଣା ଥାନାର ପୂର୍ବତନ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ବଢିଲା ଅଡୁଆ । ରାଜ୍ୟମାନବାଧିକାର କମିଶନ ଦେଇଛନ୍ତି କଡା ନିର୍ଦ୍ଦେଶ, ଆଗାମୀ ୨ ବର୍ଷ ପାଇଁ ତାଙ୍କୁ କୌଣସି ବି ଥାନାରେ ପୋଷ୍ଟି କରାଯିବ ନାହିଁ । ଗତ ମେ ମାସରେ ସେ ଜଣେ ଅଭିଯୁକ୍ତଙ୍କୁ ଥାନାରେ ମାଡ ମାରିଥିଲେ ସଂଧ୍ୟାରାଣୀ ଜେନା । ଏହି ମାମଲାର ବିଚାରକରି ମାନବାଧିକାର କମିଶନ କହିଛନ୍ତି , ଅଭିଯୁକ୍ତଙ୍କୁ କିଭଳି ବ୍ୟବହାର କରିବେ ସେନେଇ ଟ୍ରେନିଂ ନେବେ ସନ୍ଧ୍ୟାରାଣୀ । ୨ ବର୍ଷ ଯାଏଁ ତାଙ୍କୁ କୌଣସି ଥାନାରେ ନିଯୁକ୍ତି ମିଳିବ ନାହିଁ ।

ଗତ ମେ ମାସରେ ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜଣେ ଅଭିଯୁକ୍ତଙ୍କୁ ଥାନାରେ ପ୍ରବଳ ମାଡ ମାରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଘଟଣାକୁ ଗୁରୁତର ସହ ନେଇ ଜବାବ ମାଗିଥିଲେ ରାଜ୍ୟ ମାନବାଧିକାର କମିଶନ । କେନ୍ଦୁଝର ଏସପିଙ୍କୁ ଜବାବ ମାଗିବା ସହ ମାଡ ଖାଇଥିବା ଯୁବକଙ୍କୁ କ୍ଷତିପୂରଣ ଦେବା ପାଇଁ କହିଥିଲେ । କ୍ଷତି ପୂରଣ ବାବଦକୁ ଆଇଆଇସି ସଂଧ୍ୟାରାଣୀଙ୍କ ଦରମାରୁ ୧୦ ହଜାର ଟଙ୍କା କାଟି ସଂପୃକ୍ତ ଯୁବକଙ୍କୁ ଦେବାକୁ କହିଥିଲେ ରାଜ୍ୟ ମାନବାଧିକାର କମିଶନ । ଏହାପରେ ଆଇଆଇସି ସନ୍ଧ୍ୟାରଣୀଙ୍କୁ ନିଲମ୍ବନ କରାଯାଇଥିଲା । ଏବେ ପୁଣି ତାଙ୍କ ନିଯୁକ୍ତି ଉପରେ କଟକଣା ଲଗାଇଛନ୍ତି ମନବାଧିକାର କମିଶନ ।

related posts

Leave a Comment