Home Breaking News / ତାଜା ଖବର ଗୋଚର ଜମିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ନିର୍ମାଣକୁ ନେଇ ପୁଣି ଥରେ ଧାରଣାରେ ଗ୍ରାମବାସୀ

ଗୋଚର ଜମିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ନିର୍ମାଣକୁ ନେଇ ପୁଣି ଥରେ ଧାରଣାରେ ଗ୍ରାମବାସୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୂରଭଞ୍ଜ(ଅବିନାଶ ମହାନ୍ତି): ମୟୂରଭଞ୍ଜ ଜିଲ୍ଲା ରାସ ଗୋବିନ୍ଦପୁର ବ୍ଲକ ଅଧୀନ ନାକିଚୁଆ ଗ୍ରାମ ପଞ୍ଚାୟତ ର କାନପୁର(ନିବାସାହୀ) ଗ୍ରାମରେ ତପନ ବେହେରା ପିତା ଲକ୍ଷ୍ମୀ କାନ୍ତ ବେହେରା ନିଜର ଟିକଟ ଭୁକ୍ତ ଜମି ସରକାରୀ ସ୍ତରରେ ଦର୍ଶାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ଯାଦେଶ ପାଇ କାନପୁର ଗ୍ରାମବାସୀ ମାନଙ୍କୁ ଚ୍ଯାଲେଞ୍ଜ କରି ଗ୍ରାମରେ ଗୋଚର ଜମି ରେ ଗୃହ ନିର୍ମାଣ କୁ ନେଇ ବିବାଦ ଥମୁନାହିଁ। ଖତିୟାନ ନଂ ୩୬୧ ପ୍ଲଟ ନଂ ୧୧୧,୧୧୨ ଓ ୧୧୩ ଗୋଚର ଜମି ରହିଛି।ଗୋଚର ଜମିରେ ଗୃହ ନିର୍ମାଣ କୁ ନେଇ ଗ୍ରାମବାସୀ ବିରୋଧ କରିଆସୁଥିବା ବେଳେ ପୁଣି ଥରେ ପ୍ରଶାସନ ତରଫରୁ ସନ୍ତୋଷ ଜନକ ପ୍ରତିଶ୍ରୁତି ନ ପାଇବାରୁ ପୁଣିଥରେ କୋଭିଡ ନିୟମ କୁ ପାଳନ କରି ରାସ ଗୋବିନ୍ଦପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଲେ କାନପୁର ଗ୍ରାମ ବାସୀ।ତେବେ ଗୋଟିଏ ପରିବାରର ସମସ୍ତ ବ୍ଯକ୍ତି କାଳକ୍ରମେ ଭିନ୍ନ ହୋଇ ଅଧିକ ସରକାରୀ ଯୋଜନା କୁ ହାତେଇବା ଉଦ୍ଦେଶ୍ୟ ରେ ଗ୍ରାମର ସୁସ୍ଥ ବାତାବରଣ ନଷ୍ଟ କରି ଗୋଚର ଜମିରେ ଘରକରି ରହୁଥିବା ବେଳେ ବାରମ୍ବାର ଅଭିଯୋଗ କରିଥିଲେ ପ୍ରଶାସନ ନିକଟରେ।

ତେବେ ଉକ୍ତ ଗୋଚର ଜମି ରୁ ଅନ୍ୟ ଭୂମି ହୀନ ଲୋକମାନେ ଅନ୍ଯତ୍ର ଉଠିଯାଇ ଥିବା ବେଳେ ତପନ ବେହେରା ଉକ୍ତ ଗୋଚର ଜାଗାରେ ଜବରଦସ୍ତ ସରକାରଙ୍କ ପ୍ରଦତ୍ତ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ କରିଛନ୍ତି।ଗୋଚର ଜମି ରୁ ଉଚ୍ଛେଦ ଦାବି ନେଇ ବିବାଦ ଜୋର ଧରିଥିବା ବେଳେ ଗ୍ରାମବାସୀ ତାଙ୍କ ଜିଦରେ ଅଟଳ।ତେବେ ରାସ ଗୋବିନ୍ଦପୁର ତହସିଲଦାର ସ୍ବଂବିତ ସଂଗ୍ରାମ ଜିତ ସାହୁ ଗ୍ରାମ ବାସୀ ଙ୍କ ସହିତ ବୁଝାମଣା ପରେ ଏବଂ ଆସନ୍ତା ୨୪.୧୧.୨୦୨୦ ରିଖ ଦିନ ଗୋଚର ଜମିରେ ଗୃହ କରିଥିବା ଲୋକଙ୍କୁ ଉଚ୍ଛେଦ କରିବାର ପ୍ରତିଶ୍ରୁତି ଦେବାପରେ ଧାରଣା ରୁ ଅହରି ଥିଲେ କାନପୁର ଗ୍ରାମବାସୀ।

related posts

Leave a Comment