Home Breaking News / ତାଜା ଖବର ପ୍ରତୀକ ଧାରଣାରେ ବିଧାୟକ

ପ୍ରତୀକ ଧାରଣାରେ ବିଧାୟକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଉମରକୋଟ(ରାଜେଶ ସୁନା): ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ସାତ ଦଫା ଦାବି ନେଇ ଧାରଣାରେ ବସିଛନ୍ତି।

ସୂଚନା ଥାଉ କି ଉମରକୋଟ ବିଧାୟକ ଅନେକ ଥର ଜିଲ୍ଲା ସରକାର ଓ ଜିଲ୍ଲା ପ୍ରଶାସନ କୁ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ର ର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ବିଷୟ ରେ ଅବଗତି କରାଇଛନ୍ତି ଓ ସବୁବେଳେ ତାଙ୍କୁ ସ୍ୱନ୍ତାନା ଦିଆଯାଇଛି କିନ୍ତୁ କାର୍ଯ୍ୟକାରୀ କରାଯାଇନାହିଁ।ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ର କୁ ଉପଖଣ୍ଡ ମାନ୍ୟତା ଦିଆଯାଇଛି କିନ୍ତୁ କାର୍ଯ୍ୟ କରି କରାଯାଉ ନାହିଁ।ଏଠାରେ ୭ ଜଣ ଡାକ୍ତର ଥିବାବେଳେ ୩ ଜଣ ଡାକ୍ତର ଛୁଟି ରେ ଓ ୪ ଜଣ ଡାକ୍ତର ଅଛନ୍ତି ଉମରକୋଟ ସ୍ବାସ୍ଥ୍ୟ କେନ୍ଦ୍ରରେ।

ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ର ରେ ରକ୍ତଭଣ୍ଡାର ର ଆବଶ୍ୟକତା କୁ ଦୃଷ୍ଟି ଦେଇ ଅନେକ ଥର ଦାବିପତ୍ର ଦେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଙ୍କ ସହ ଆଲୋଚନା କରିଛନ୍ତି କିନ୍ତୁ କାହିଁକି କାର୍ଯ୍ୟକାରୀ କରାଯାଉ ନାହିଁ ତାହାର ପ୍ରତିବାଦ କରି ଅନେକ ଭାଜପା କର୍ମୀ ଓ ନିଜେ ଉମରକୋଟ ବିଧାୟକ ଓ ଲୋଇସିଂହା ବିଧାୟକ ଡାକ୍ତର ମୁକେଶ ମୋହାଲିଙ୍ଗା ଧାରଣା ରେ ବସିଛନ୍ତି।ଉମରକୋଟ ନିର୍ବାଚନ ମଣ୍ଡଳୀରେ ସ୍ୱାସ୍ଥ୍ୟସେବା କୁ ନେଇ ଅନେକ ଅସୁବିଧା ଅଛି ସେଗୁଡିକ ପୂରଣ ନ ହେବା ପର୍ଯ୍ୟନ୍ତ ଆମେ ଏହିଭଳି ଧାରଣା ରେ ବଶି ପ୍ରତିବାଦ କରିବୁ ବୋଲି କହିଛନ୍ତି। ଏହି ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶୋଭା ରାଣୀ ମିଶ୍ର ଓ ଉମରକୋଟ ଡାକ୍ତର ଙ୍କ ସହ ଗୋଟିଏ ଟିମ୍ ଧାରଣା ସ୍ଥଳ କୁ ଆସି ବିଧାୟକ ଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ବିଧାୟକ କହିଛନ୍ତି ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ପ୍ରତୀକ ଧାରଣା ଚାଲୁ ରହିବ ବୋଲି କହିଛନ୍ତି।

related posts

Leave a Comment