Home Breaking News / ତାଜା ଖବର କରେଣ୍ଟ ଲାଗି ଚାଲିଗଲା ଜୀବନ

କରେଣ୍ଟ ଲାଗି ଚାଲିଗଲା ଜୀବନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୟାଗଡ଼ ମହିପୁର ରାମଚଣ୍ଡୀ ମନ୍ଦିର ନିକଟରେ ଥିବା ଏକ ପ୍ଲାଏ ଦୋକାନରେ ବିଦ୍ୟୁତ୍ କରେଣ୍ଟ ଲାଗି ଜଣେ ଯୁବକଙ୍କ ମୃତ୍ୟୁ । ଯୁବକ ଜଣଙ୍କ ହେଲେ କୋଷାକଟା ଗ୍ରାମର ପଦ୍ମଲୋଚନ ସାହୁ (୨୮) । କୌଣସି କାରଣରୁ ଦୋକାନ ସଟର ବିଦ୍ୟୁତ୍ ଚାର୍ଜ ହୋଇ ଯାଇଥିଲା । ଏହାକୁ ଖୋଲିବା ସମୟରେ ଯୁବକ ଜଣଙ୍କୁ କରେଣ୍ଟ ଲାଗିଯାଇଥିଲା । ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ରାସ୍ତାରୋକ କରାଯାଇଥିଲା । ନୂଆଗାଁ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି। ଯୁବକ ଜଣଙ୍କ ଶବ ବ୍ୟବଚ୍ଛେଦ ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି ।

related posts

Leave a Comment