Home Breaking News / ତାଜା ଖବର ଆମେରିକାରେ କରୋନା ଆକ୍ରାନ୍ତ କୋଟିଏ ୭ ଲକ୍ଷ ପାର: ମୃତ୍ୟୁ ସଂଖ୍ୟା ୨.୪୭ ଲକ୍ଷକୁ ବୃଦ୍ଧି

ଆମେରିକାରେ କରୋନା ଆକ୍ରାନ୍ତ କୋଟିଏ ୭ ଲକ୍ଷ ପାର: ମୃତ୍ୟୁ ସଂଖ୍ୟା ୨.୪୭ ଲକ୍ଷକୁ ବୃଦ୍ଧି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆମେରିକା: ଆମେରିକାରେ ଜାରି ରହିଛି କରୋନା ଆତଙ୍କ। ଆମେରିକାରେ ଏଯାଏଁ କୋଟିଏ ୭ ଲକ୍ଷ ଲୋକ ଆକ୍ରାନ୍ତ ଚିହ୍ନଟ ହେଲେଣି ।

କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ବି ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ନେଇ ଆମେରିକାରେ ପରିସ୍ଥିତି ଅଧିକ ଜଟିଳ । ଶେଷ ଖବର ସୁଦ୍ଧା ଆକ୍ରାନ୍ତ ସଂଖ୍ୟା ୧ କୋଟି ୭ ଲକ୍ଷ ୫ ହଜାର ୮୧ ଜଣ ରହିଛି । ଭୂତାଣୁରେ ୨ ଲକ୍ଷ ୪୭ ହଜାର ୨୯୦ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୬୬ ଲକ୍ଷ ୪୪ ହଜାର ୧୦୭ ଜଣ ସୁସ୍ଥ ହୋଇଥିବା ବେଳେ ୩୮ ଲକ୍ଷ ୧୩ ହଜାର ୬୮୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୮ ହଜାର ୬୫୯ ଜଣ ଗୁରୁତର ଅଛନ୍ତି ।

ବିଶ୍ୱରେ କରୋନା ଲାଗି ୫ କୋଟି ୨୪ ଲକ୍ଷ ୧୮ ହଜାର ୨୦୦ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୨ ଲକ୍ଷ ୮୮ ହଜାର ୭୮୭ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୩ କୋଟି ୬୬ ଲକ୍ଷ ୬୩ ହଜାର ୫୭୮ ଜଣ ସୁସ୍ଥ ହୋଇଥିବା ବେଳେ କୋଟିଏ ୪୪ ଲକ୍ଷ ୬୫ ହଜାର ୮୩୫ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୯୪ ହଜାର ୭୩୯ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

related posts

Leave a Comment