Home Breaking News / ତାଜା ଖବର ଯୌତୁକ ନିର୍ଯ୍ୟାତନା ଓ ଶାରୀରିକ ନିର୍ଯ୍ୟାତନା ସହି ନପାରି ପୋଲିସର ଦ୍ୱାରସ୍ଥ ହେଲେ ବିବାହିତା ମହିଳା

ଯୌତୁକ ନିର୍ଯ୍ୟାତନା ଓ ଶାରୀରିକ ନିର୍ଯ୍ୟାତନା ସହି ନପାରି ପୋଲିସର ଦ୍ୱାରସ୍ଥ ହେଲେ ବିବାହିତା ମହିଳା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ପ୍ରେମ କରି ବାହା ହୋଇଥଲେ ଯୁବତୀl ଯୌତୁକ ବାବଦରେ କିଛି ଶାଶୁଘରକୁ ଆଣି ନଥିବାରୁ ଏବେ ଘରେ ପୁରାଇ ଦେଉନାହାନ୍ତି ଶାଶୁଘର ଲୋକେl ଏପରିକି ବୋହୁକୁ ଏକ ପରିତ୍ୟକ୍ତ ଗୁହାଳ ଘରେ ରହିବାକୁ ବାଧ୍ୟ କରି 2 ଲକ୍ଷ୍ୟ ଟଙ୍କା ଯୌତୁକ ବାବଦରେ ଶାଶୁଘର ଲୋକେ ଦାବୀ କରୁଛନ୍ତିl ଏପରି ସଂଗୀନ ଅଭିଯୋଗ ଆସିଛି ମାହାଙ୍ଗା ଥାନା ଅନ୍ତର୍ଗତ ଭଦ୍ରେଶ୍ୱର ଫାଣ୍ଡି ଅଂଚଳରୁl

ମାହାଙ୍ଗା ବ୍ଲକ ନାହାଙ୍ଗ ପଞ୍ଚାୟତ ଚକରପୁର ଗ୍ରାମର ପ୍ରଶାନ୍ତ ସାମଲଙ୍କୁ ଜୟନ୍ତୀ ସାମଲ ପ୍ରେମ ବିବାହ କରିଥିଲେl ଶାଶୁଘର ଲୋକେ ଏହି ପ୍ରେମ ବିବାହ କୁ ବିରୋଧ କରି ଘରେ ପୁରାଇ ନଦେବାରୁ ଦୁହେଁ କଟକ ରେ ରହି ଏକ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉ ଥିଲେl ଏବେ ନିଜ ଘରକୁ ଆସିବାରୁ ଶାଶୂଘର ଲୋକେ ପୂର୍ବ ପରି ଅଧିକ ଯୌତୁକ ଦାବୀ କରିବା ସହ ଜୟନ୍ତୀଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଜୟନ୍ତୀ ମାହାଙ୍ଗା ଥାନାରେ କରିଛନ୍ତିl ଏପରିକି ଜୟନ୍ତୀଙ୍କୁ ନିଜ ଘରେ ପୁରାଇ ନଦେଇ, ଏକ ପରିତ୍ୟକ୍ତ ଗୁହାଳ ଘରେ ରହିବାକୁ ଶାଶୁ ଘର ପକ୍ଷରୁ ବାଧ୍ୟ କରାଯାଉଥିବା ନେଇ ଆଜି ଜୟନ୍ତୀ ଭଦ୍ରେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଜୟନ୍ତୀଙ୍କ ଅଭିଯୋଗକୁ ଭିତିକରି ମାହାଙ୍ଗା ଥାନା କେଶ ନମ୍ବର ୨୩୦/୨୦ଏକ ମାମଲା ୠଜୁକରି ୪୯୮(ଏ),୨୯୪,୩୨୩,୫୦୬ ଓ ୪ ଦଫା ଲଗାଇ ତଦନ୍ତ ଜାରି ରଖିଛି ମାହାଙ୍ଗା ପୋଲିସ।

related posts

Leave a Comment