Home Breaking News / ତାଜା ଖବର ପୁଅବୋହୂ ଘରୁ ତଡ଼ି ଦେଲେ: ସ୍କୁଲ ବାରଣ୍ଡାରେ ଅସହାୟ ବୃଦ୍ଧ ଦମ୍ପତି

ପୁଅବୋହୂ ଘରୁ ତଡ଼ି ଦେଲେ: ସ୍କୁଲ ବାରଣ୍ଡାରେ ଅସହାୟ ବୃଦ୍ଧ ଦମ୍ପତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ପରିବାରରେ ପୁଅ ଟିଏ ଜନ୍ମ ହେଲେ ଖୁସିର ଲହରୀ ଖେଳିଯାଏ। ସବୁ ବାପା ମା ଆଶାକରି ଥାନ୍ତି ବୃଦ୍ଧ ଅବସ୍ତାରେ ପୁଅ ସାହାରା ଦେବ ଭଲ ମଣିଷ ଟିଏ ହେବ ପରିବାରର ନା ରଖିବ।ଏମିତି କେତେ କଣ ଭାବି ଦୁଃଖକଷ୍ଟ ରେ ପୁଅ କୁ ବଡ କରିଥିଲେ। ରୋଜଗାର ପାଇଁ ବାଟ ମଧ୍ୟ ଦେଖାଇଥିଲେ ହେଲେ ପରିଣତ ବୟସରେ ପୁଅ ବହୁ ଘରୁ ତଡ଼ି ଦେଲେ ଫଳରେ ବାଧ୍ୟହୋଇ ସ୍କୁଲ ବାରଣ୍ଡାରେ ମୁଣ୍ଡ ଗୁଞ୍ଜିଛନ୍ତି ଏ ବୃଦ୍ଧ ଦମ୍ପତି। କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ କରଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ।

ଏମାନେ ହେଉଛନ୍ତି ରାଇକିଆ ବ୍ଲକ କରଡ଼ା ଗ୍ରାମର କାଳୁ ଚରଣ ନାୟକ ଓ ସ୍ତ୍ରୀ ନଳିତା ନାୟକ ଦୁହିଁଙ୍କ ବୟସ ପାଖାପାଖି 70 ଛୁଇଁଲାଣି। ପୁଅ ଟିଏ ଜନ୍ମ କରିଥିଲେ ଅନ୍ତତଃ ବୃଦ୍ଧ ଅବସ୍ତାରେ ସେମାନଙ୍କୁ ପାଳିବ 6ପ।ଷିବ ଓ ଖାଇବାକୁ ମୁଠାଏ ଦେବ ବୋଲି। ହେଲେ ପୁଅ ବହୁ ମିଶି ତଡ଼ିଦେବା ଫଳରେ କାଳୁ ଓ ତାଙ୍କ ସ୍ତ୍ରୀ ନଳିତା ଗାଁର ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି ଏବେ କରୋନା କଟକଣା ପାଇଁ ସ୍କୁଲ ଛୁଟି ଅଛି ଫଳରେ ଜେଣେ ତେଣେ ପ୍ରକାର ଗତ ଚାରି ପାଞ୍ଚ ମାସ ହେଲା ଚଳି ଯାଉଛି। ତଥାବି ସରକାରୀ ବାବୁ ମାନେ ଆସି ସ୍କୁଲ ଘର ଖାଲି କରିବାକୁ କହିଛନ୍ତି ବୃଦ୍ଧ ଦମ୍ପତି।

ତେବେ ଗତ ଜୁଲାଇ ମାସରେ ହୋଇଥିବା ଲଗାଣ ବର୍ଷା ଓ ପବନରେ କାଳୁ ରହୁଥିବା ଝାଟିମାଟି ଚାଳଛପର ଘରଟି ଭୁଶୁଡ଼ି ପଡିବା ଫଳରେ ପୁଅ ପାଖରେ ରହିବା ଲାଗି ଯାଇଥିଲେ ହେଲେ ପୁଅ ପଚାରିଲାନି। ଫଳରେ ଅନ୍ୟ ଉପାୟ ନପାଇ ସ୍କୁଲ୍ ବାରଣ୍ଡାରେ ମୁଣ୍ଡ ଗୁଞ୍ଜିଛନ୍ତି ଏ ବୃଦ୍ଧ ଦମ୍ପତି। ହେଲେ ସ୍କୁଲ୍ ଖୋଲିବା ପରେ କୁଆଡ଼େ ଯିବେ କେଉଁଠି ରହିବେ ସେ ଚିନ୍ତା ଘାରିଛି ଉଭୟଙ୍କୁ ଏପଟେ ବୟସର ଅପରାହ୍ନରେ ପହଂଚି ଥିବାରୁ ଦୁହେଁ କୋଣସି କାମ ଧନ୍ଦା ବି କରିପାରୁନାହାନ୍ତି କେବଳ ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ଗଣ୍ଡାକ ପାଉଛନ୍ତି। ଏ ଦୁହେଁ ଆବାସ ଯୋଜନା ରେ ଘର ଖଣ୍ଡେ ପାଇଁ ନେହୁରା ହୋଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି।

ଏନେଇ ରାଇକିଆ BDO ଙ୍କୁ ପଚାରିବାରୁ ସେ କୌଣସି ମତାମତ ଦେବାପାଇଁ ମନା କରିଦେଇଥିଲେ। ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୂଷ୍ଟି ଦେଇ ବୃଦ୍ଧ ଦମ୍ପତିକୁ ସହାୟତା ଯୋଗାଇ ଦେଲେ ବାକି ଜୀବନ ଅନ୍ତତଃ ଖୁସି ରେ ବିତାଇ ପାରନ୍ତେ।

related posts

Leave a Comment