Home ଖେଳ ବିଜୟର ମୁକୁଟ ପିନ୍ଧିଲା ମୁମ୍ବାଇ

ବିଜୟର ମୁକୁଟ ପିନ୍ଧିଲା ମୁମ୍ବାଇ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ରୋମାଞ୍ଚକର ମୁକାବିଲାରେ ଚାମ୍ପିଅନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ। ଦୁବାଇରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ହରାଇ ଚାମ୍ପିଅନ ହୋଇଛି ମୁମ୍ବାଇ ଟିମ୍। ଏହାକୁ ମିଶାଇ ଆଇପିଏଲରେ ପଞ୍ଚମ ଥର ପାଇଁ ଟ୍ରଫି ଜିତିଛି ରୋହିତ ବ୍ରିଗେଡ।

ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲସ୍ ୭ ୱିକେଟ ହରାଇ ୧୫୬ ରନ୍ ସ୍କୋର କରିଥିଲା। ଶୀର୍ଷ ୩ ବ୍ୟାଟସ୍ ମ୍ୟାନ୍ ଶିଖର, ଷ୍ଟ୍ରୋଇନସ୍ ଓ ରାହାଣେ ଶସ୍ତାରେ ଆଉଟ ହବାରୁ ଆରମ୍ଭରୁ ଚାପରେ ପଡିଥିଲା। ଇନିଂସ ସଂଭାଳିଥୀଲେ କ୍ୟାପଟେନ୍ ଶ୍ରେୟସ୍ ଆୟାର ଓ ରିସଭ୍ ପନ୍ତ। ଆୟାରଙ୍କ ଅପରାଜିତ ୬୫ ଓ ପନ୍ତଙ୍କ ୫୬ ରନର ଇନିଂସ ବଳରେ ଦିଲ୍ଲୀ ୨୦ ଓଭରରେ ୭ ୱିକେଟ ହରାଇ ୧୫୬ ରନ୍ କରିଥିଲା। ବୋଲ୍ଟ ୩ଟି , କୁଲଟର ନାଇଲ୍ ୨ଟି ଓ ଜୟନ୍ତ ଯାଦବ ଗୋଟିଏ ୱିକେଟ ଦଖଲ କରିଥିଲେ।

୧୫୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ୧୮.୪ ଓଭରରେ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ରୋହିତ ଶର୍ମା ୬୮ , ଇଶାନ୍ତ କିଶନ ଅପରାଜିତ ୩୩ , ଡିକକ୍ ୨୦ , ସୂର୍ଯ୍ୟକୁମାର ଯାଦବ ୧୯ ରନ୍ କରିଥିଲେ। ଦିଲ୍ଲୀ ପକ୍ଷରୁ ନୋର୍ଖିଆ ୨ଟି, ରାବଡା ଓ ଷ୍ଟ୍ରୋଇନସ୍ ଗୋଟିଏ ଲେଖାଏଁ ୱିକେଟ ଦଖଲ କରିଥିଲେ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ଦିଲ୍ଲୀ କ୍ୟାପିଟାଲସ୍ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ଟ୍ରଫି ଅଳ୍ପକେ ହାତଛଡା କରିଛି। ୨୦୧୩, ୨୦୧୫, ୨୦୧୭, ୨୦୧୯ ପରେ ୨୦୨୦ ରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ଚାମ୍ପିଅନ ହୋଇଛି।

related posts

Leave a Comment