Home Breaking News / ତାଜା ଖବର କୁମ୍ଭକାରଙ୍କ କୂଳବେଉସା ଏବେ ଅନ୍ଧକାରରେ

କୁମ୍ଭକାରଙ୍କ କୂଳବେଉସା ଏବେ ଅନ୍ଧକାରରେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ଆଲୋକର ପର୍ବ ଦୀପାବଳି ଆସିଲେ ଗାଁ ଠୁ ସହର ସବୁଠି ଚଳଚଂଚଳ ହୋଇଉଠେ। ଏହି ପର୍ବରେ ସବୁଠୁ ଅଧିକା ଆବଶ୍ୟକ ହୁଏ ଦୀପ। ଦୀପାଳି ଜାଳି ଘରଠାରୁ ବାହାର ଯାଏ ବେଶ ଅଲୋକମୟ ହୋଇ ଉଠେ। ହେଲେ ସାରା ଦୁନିଆଁକୁ ଦୀପାଳିର ଆଲୋକ ଦେବା ପାଇଁ ପୂର୍ବରୁ ମାଟି ଦୀପ ପ୍ରସ୍ତୁତ କରିଥିବା କୁମ୍ଭକାରମାନଙ୍କ କୂଳବେଉସା ଏବେ ଠେଲି ହୋଇଯାଇଛି ଅନ୍ଧକାର ଭିତରକୁ। କୋଭିଡ କଟକଣା ସାଙ୍ଗକୁ ମହାମାରୀର ମହାଭୟ ସହ ଦିନ କୁ ଦିନ ସରକାରୀ ନିୟମ ବଦଳୁଥିବା ହେତୁ ଦୀପ ବିକ୍ରି ହେଇପାରୁନି। କୋଭିଡ କଟକଣାରେ କବଳିତ କୁମ୍ଭକାରମାନଙ୍କ କରୁଣ କାହାଣୀ ଦେଖିବା ପାଇଁ ଚାଲନ୍ତୁ ଯିବା, କଟକ ଜିଲ୍ଲା ସାଲେପୁର ବ୍ଲକ ସୌରୀ ପଂଚାୟତ କିଶିନାପୁର ଗାଁକୁ।

ସାଲେପୁର ସୌରୀ ପଂଚାୟତ କିଶିନାପୁର ଅଂଚଳ କୁମ୍ଭାର ସାହି। ଦିନରାତି ଏଠି ସବୁବେଳେ ମାଟି ସହ ମାଟି ହୋଇ ତିଆରି ହୁଏ ଅନେକ ସାମଗ୍ରୀ। ମାଟି ପାତ୍ର ଠାରୁ ଆରମ୍ଭ କରି ମାଟି ମୂର୍ତ୍ତୀଯାଏଁ। ଆଉ ହଜାର ହଜାର ସଂଖ୍ୟା ରେ ଦୀପ ତିଆରି କରି ଏମାନେ ସମଗ୍ର ଅଞ୍ଚଳକୁ ଦେଇଥାନ୍ତି ଦୀପ। କୁମ୍ଭାର ଶାଳର ଚକ୍ରି ବୁଲିଲେ କୁମ୍ଭକାର ଟିର ସଂସାର ଚାଲେ। ହେଲେ ଏ କୂଳ ବେଉସା ଉପରେ ଏବେ କରୋନା ମାଡ଼ ବସିଛି। ଦୀପାବଳି ଆଗକୁ ଆସୁଛି । ହେଲେ ଦୀପ କିମ୍ବା ମାଟିପାତ୍ର ପାଇଁ କେହି ଜଣେ ହେଲେ ବି ଗରାଖ ଆସୁନାହାନ୍ତି ଗାଁକୁ। ଫଳରେ ବହୁଳ ସଂଖ୍ୟାରେ ମାଟି ତିଆରି ଦୀପ ସହ ବହୁ ସାମଗ୍ରୀ ସେଇମିତି ପଡିରହିଛି ଘରେ। ଏସବୁ ସାମଗ୍ରୀର ବିକ୍ରିବଟା ପାଇଁ ସରକାର ସୁ ବ୍ୟବସ୍ଥା ନକଲେ ଆଗକୁ ବୃତ୍ତିକୁ ନେଇ ବଞ୍ଚିବା ଅସମ୍ଭବ ହୋଇପଡିବ ବୋଲି କୁମ୍ଭକାରମାନେ ମତ ଦେଇଛନ୍ତି।

ଦୀପବଳୀରେ ସରକାର ବାଣ ଫୁଟା ଓ ବାଣ ବିକ୍ରିକୁ ନାଁ କରିବା ପରେ ଏବେ ଦୀପ ବିକାଳୀ ବି ଦ୍ବନ୍ଦରେ। କୁମ୍ବକାରମାନଙ୍କ ଦୀପ ସହ ମାଟି ତିଆରି ଠେକି, ସୁରେଇ, ହାଣ୍ଡି ବି କେହି ଗ୍ରାହକ କିଣୁନାହାନ୍ତି। ଫଳରେ ସେମାନଙ୍କ ବ୍ୟବସାୟ ସମ୍ପୁର୍ଣ୍ଣ ଠପ ହୋଇଯାଇଛି । କୋଭିଡ଼ କଟକଣା ସାଙ୍ଗକୁ ଘଡିକୁ ଘଡି ବଦଳୁଥିବା ନିୟମ ଭିତରେ ଘଣ୍ଟି ହେଉଛନ୍ତି ଏହି କୁମ୍ଭକାରମାନେ। ତେବେ ସରକାର ବାଣ ଫୁଟାବା ଓ ବାଣ ତିଆରି କରିବା ଉପରେ ସରକାର ରୋକ ଲଗାଇଛନ୍ତି।ଏ ବର୍ଷ ଦୀପ କାରିଗର ଆଶା ରଖିଛନ୍ତି ବାଣ ବନ୍ଦ ପରେ ବୋଧହୁଏ ଦୀପ ଭଲ ବିକ୍ରି ହେବ। ଆଗକୁ ସରକାର ଏହି କୁମ୍ଭକାର ପରିବାର ପାଇଁ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାର ଅଛି।

related posts

Leave a Comment