Home Breaking News / ତାଜା ଖବର ବନ ବିଭାଗର ଚଢାଉ: ବିପୁଳ ପରିମାଣର ଶାଳ କାଠ ଜବତ

ବନ ବିଭାଗର ଚଢାଉ: ବିପୁଳ ପରିମାଣର ଶାଳ କାଠ ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର(ରବିନାରାୟଣ ମହାନ୍ତି): ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ଅଧୀନ ମଙ୍ଗରାଚଚରା ଓ ଟୁଟିଗୁଡା ଗ୍ରାମ ନିକଟସ୍ଥ କାଜୁ ବଗିଚା ମଧ୍ୟରେ ଡାବୁଗାଁ ବନ ବିଭାଗ ଚଢାଉ କରି ବିପୁଳ ପରିମାଣର ସାଇଜ ଶାଳ କାଠ ଜବତ କରିଛି। ସୂଚନା ଅନୁସାରେ, ନବରଙ୍ଗପୁର ଜିଲା ବନଖଣ୍ଡ ଅଧିକାରୀ ମଗର ଧନାଜୀ ରାଓସୋ ଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ବନାଞ୍ଚଳ ଅଧିକାରୀଙ୍କ ସମେତ ସମସ୍ତ ବନପାଳ ଓ ବନରକ୍ଷୀମାନେ ମଙ୍ଗରାଚଚରା ଓ ଟୁଟିଗୁଡା ଗ୍ରାମ ନିକଟସ୍ଥ କାଜୁ ବଗିଚା ମଧ୍ୟରେ ଚଢାଉ କରି ୫୯ ଖଣ୍ଡ ସାଇଜ ଶାଳ କାଠ ଜବତ କରିଥିଲେ। ପରେ ଉକ୍ତ କାଠଗୁଡିକୁ ଡାବୁଗାଁ ବନାଞ୍ଚଳ କାର୍ଯ୍ୟ|ଳୟକୁ ଅଣାଯାଇଥିଲା। ଜବତ ସାଇଜ କାଠର ଆନୁମାନିକ ସରକାରୀ ମୂଲ୍ୟ ୫୦ ହଜାର ରୁ ଊର୍ଦ୍ଧ୍ଵ ହେବ ବୋଲି ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗୋ ସୂଚନା ଦେଇଥିଲେ। ଏନେଇ ବନାଞ୍ଚଳ କାର୍ଯ୍ୟ|ଳୟରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଏହି ଘଟଣାସ୍ଥଳରେ କୌଣସି ବ୍ୟକ୍ତି ନଥିବାରୁ କାହାରିକୁ ଗିରଫ କରାଯାଇନାହିଁ। ଏହି ଚଢାଉରେ ଡାବୁଗାଁ ବନପାଳ ଲକ୍ଷ୍ମୀକାନ୍ତ ସାହୁ, ଜଟାବାଲ ବନପାଳ ରାମଚନ୍ଦ୍ର ଜାନୀ, ମଇଦଲପୁର ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ ରୀତାରାଣୀ ବିଶ୍ଵାସରାୟ, ମନୋରଞ୍ଜନ ନାୟକ, ପ୍ରକାଶ ସରକାର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ।

related posts

Leave a Comment