Home Breaking News / ତାଜା ଖବର ମଧ୍ୟପ୍ରଦେଶରେ ଶିବରାଜ ସରକାର ସୁରକ୍ଷିତ: ଉପନିର୍ବାଚନରେ ବିଜେପିର ବିପୁଳ ବିଜୟ

ମଧ୍ୟପ୍ରଦେଶରେ ଶିବରାଜ ସରକାର ସୁରକ୍ଷିତ: ଉପନିର୍ବାଚନରେ ବିଜେପିର ବିପୁଳ ବିଜୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଉପ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ମିଳିଛି ବିପୁଳ ବିଜୟ । ଏହାସହିତ ମଧ୍ୟପ୍ରଦେଶରେ ଶିବରାଜ ସରକାର ଆହୁରି ମଜବୁତ ହୋଇଯାଇଛି । ମଧ୍ୟପ୍ରଦେଶରେ ୨୭ ଆସନରେ ଭୋଟ୍ ହୋଇଥିଲା । ଏହା ମଧ୍ୟରୁ ବିଜେପି ମଙ୍ଗଳବାର ରାତି ସୁଦ୍ଧା ୧୭ଟି ଆସନରେ ବିଜୟ ହାସଲ ହୋଇସାରିଛି । ଆହୁରି ୨ଟିରେ ଆଗୁଆ ରହିଛି । ସେହିପରି ସମାଜବାଦୀ ପାର୍ଟି, ଜେଏମଏମ ଓ ଏନଡିପିପିକୁ ଗୋଟିଏ ଲେଖାଏଁ ଆସନ ମିଳିଛି । ୨ଟି ଆସନରେ ଜିତିଛନ୍ତି ସ୍ୱାଧୀନପ୍ରାର୍ଥୀ ।

ଉପନିର୍ବାଚନରେ ୨୭ରୁ ୧୭ ଆସନ ପାଇବା ପରେ ମଧ୍ୟପ୍ରଦେଶରେ ବିଜେପି ଆସନ ସଂଖ୍ୟା ୧୨୪ କୁ ବୃଦ୍ଧି ହୋଇଛି । ସରକାର ବଞ୍ଚାଇ ରଖିବାକୁ ବିଜେପିକୁ ଆବଶ୍ୟକ ଥିଲା ୮ ସଂଖ୍ୟା । ୧୭ ଆସନ ପାଇବା ପରେ ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ବିଜେପି ୧୨୪ ଆସନ ସହିତ ବହୁମତ ଠାରୁ ବହୁ ଉପରକୁ ଆସିଛି । ଜଧମତ ଆସିବା ପରେ ମଧ୍ୟପ୍ରଦେଶ ଭୋଟରଙ୍କୁ ଧନ୍ୟବାଦ ଦେଇଛନ୍ତି ଶିବରାଜ । କହିଛନ୍ତି ଏହି ଜନମତ ବିଧାୟକଙ୍କ କମଲନାଥ ସରକାରରୁ ସମର୍ଥନ ପ୍ରତ୍ୟାହାର ନିଷ୍ପତି ସଠିକ୍ ବୋଲି ପ୍ରମାଣ କରିଛି।

related posts

Leave a Comment