Home Breaking News / ତାଜା ଖବର କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋକସରା(ଦେବେନ୍ଦ୍ର ସାଗର): କଳାହାଣ୍ଡି ପୋଲିସ ଆନୁକୂଲ୍ୟରେ ଆଜି କୋକସରା ଜବାହର ଉଚ୍ଚ ବିଦ୍ୟାପୀଠ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତଦାନ ଶିବିରରେ ଏସ୍ଡିପିଓ ଏସ ଏନ ନାଏକ, କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରିଆ, ଏ ଏସ ଆଇ ମନୋରଞ୍ଜନ ଆଚାର୍ଯ୍ୟ, ଥାନା କର୍ମଚାରୀ ଯୁବରାଜ ପୂଝାରୀ, ଚନ୍ଦ୍ର ମାଝୀ, ସୁଧାଂଶୁ କୁମ୍ଭାର, ମୁକୁ ହରିଜନ, ସ୍ଥାନୀୟ ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ ଓ ଶିବିରରେ COVID-19 କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା।

ଏହି ଶିବିରରେ ସ୍ଥାନୀୟ ବାସିନ୍ଦା ମାନେଯୋଗଦେଇ ରକ୍ତଦାନ କରିଥିଲେ। ରକ୍ତଦାତା ମାନଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ସାନିଟାଇଜ କରାଯାଇ ମାସ୍କ ବଣ୍ଟନ କରାଯାଇଥିଲା।ଧର୍ମଗଡ଼ ରକ୍ତ ଭଣ୍ଡାର ର କର୍ମଚାରୀ ମାନେ ଏହି ଶିବିର କୁ ପରିଚାଳନା ଓ ସହଯୋଗ କରିଥିଲେ।

related posts

Leave a Comment