Home Breaking News / ତାଜା ଖବର ବିହାର ବିଧାନସଭା ନିର୍ବାଚନରେ ଏନଡିଏର ବାଜିମାତ, ନୀତିଶ ପୁଣି ମୁଖ୍ୟମନ୍ତ୍ରୀ

ବିହାର ବିଧାନସଭା ନିର୍ବାଚନରେ ଏନଡିଏର ବାଜିମାତ, ନୀତିଶ ପୁଣି ମୁଖ୍ୟମନ୍ତ୍ରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିହାର ବିଧାନସଭା ନିର୍ବାଚନରେ ଏନଡିଏ ବିପୁଳ ଭୋଟରେ ବିଜୟୀ ହୋଇଛି । ବିହାରର ଜନତା ଏନଡିଏ ଉପରେ ପୁଣି ଥରେ ଭରସା ରଖି ଆଗାମୀ ୫ ବର୍ଷ ପାଇଁ ଭୋଟ ଦେଇଛନ୍ତି । ଏନଡିଏ ୧୨୫ଟି ଆସନ ସହିତ ପୂର୍ଣ୍ଣ ବହୁମତ ହାସଲ କରିଛି । ମହାମେଣ୍ଟକୁ ୧୧୦ଟି ଆସନରେ ଜିତିଛି ।

ବିହାର ବିଧାନସଭା ନିର୍ବାଚନରେ ଏନଡିକୁ ୧୨୫ଟି ଆସନରେ ବିଜୟ ହାସଲ ହୋଇଛି । କିନ୍ତୁ ଏହି ନିର୍ବାଚନରେ ବିଜୟ ଆଶା ରଖିଥିବା ମହାମେଣ୍ଟକୁ ଶକ୍ତ ଧକ୍କା ଲାଗିଛି। ମହାମେଂଟକୁ ୧୧୦ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଅନ୍ୟ ଦଳ ୮ଟି ଆସନରେ ବିଜୟୀ ହୋଇଛନ୍ତି ।

ଚୂଡାନ୍ତ ମତଗଣନା ଅନୁସାରେ ବିହାର ନିର୍ବାଚନରେ ବିଜେପିକୁ ୭୪ଟି, ଜେଡିୟୁକୁ ୪୩ଟି, ଆରଜେଡିକୁ ୭୫ଟି, କଂଗ୍ରେସକୁ ୧୯ଟି , ଏଲଜେପିକୁ ଗୋଟିଏ, ଏଚଏଏମକୁ ୪ଟି, ଭିଆଇପିକୁ ୪ଟି ଓ ଅନ୍ୟ ଦଳଗୁଡ଼ିକୁ ୨୩ଟି ଆସନ ମିଳିଛି । ଏଥର ଅଧିକ ଆସନ ଲଢିଥିଲେ ମଧ୍ୟ ନୀତିଶ କୁମାରଙ୍କ ଜେଡିୟକୁ , ବିଜେପି ତୁଳନାରେ କମ୍ ଆସନ ମିଳିଛି । ଚିରାଗ ପାଶୱାନଙ୍କ ଏଲଜେପିକୁ ଗୋଟିଏ ସିଟ୍ ମିଳିବା ବି ଚିରାଗଙ୍କୁ ଝଟକା ପରି ହୋଇଛି ।

related posts

Leave a Comment