Home Breaking News / ତାଜା ଖବର ଗଞ୍ଜାମ ପୋଲିସକୁ ମିଳିଲା ବଡ ସଫଳତା: ୧୫ ଜଣ ଗିରଫ

ଗଞ୍ଜାମ ପୋଲିସକୁ ମିଳିଲା ବଡ ସଫଳତା: ୧୫ ଜଣ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଛତ୍ରପୁର: ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ସୁନା ବ୍ୟବସାୟୀ ସୁରେନ୍ଦ୍ର କୁମାର ନାୟକଙ୍କ ଘରୁ ଅକ୍ଟୋବର ୧୨ ବିଳମ୍ବିତ ରାତିରେ ସୁନା ଚୋରି ହୋଇଥିଲା। ତେବେ ବୁଧବାର ଏହି ଘଟଣାରେ ଗଞ୍ଜାମ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାରେ ସମ୍ପୃକ୍ତ ୧୫ ଜଣକୁ ଗିରଫ କରାଯାଇଛି। ସେଥିମଧ୍ୟରେ ୧୦ ଜଣ ଚୋର ଓ ୫ ଜଣ ଚୋରି ହୋଇଥିବା ସୁନା କିଣିବା ବ୍ୟକ୍ତି ଅଛନ୍ତି। ସେମାନଙ୍କ ନିକଟରୁ ୬ କେଜି ୫୦୧ ଗ୍ରାମ ସୁନା, ନଗଦ ୪ ଲକ୍ଷ ୪୪ ହଜାର ୫୦୦ ଟଙ୍କା ଜବତ କରାଯାଇଛି। ଗିରଫମାନେ ହେଲେ ପୁରୁଷୋତ୍ତମପୁରର କାଳିଆ ଓରଫ ଘନଶ୍ୟାମ ବେହେରା, କାଳିଆ ଦାସ, ବାଘା ଓରଫ ତ୍ରିନାଥ ବେହେରା, କାନହୁ ଚରଣ ପଟ୍ଟନାୟକ, ଶଙ୍କର ବେହେରା, ସରାଜ୍ୟ ଦାସ, କବିସୂର୍ଯ୍ୟନଗର ଥାନା ଅଂଚଳ ର ପିଣ୍ଟୁ ନାହାକ, ବୁଲୁ ନାହାକ,ସନ୍ୟାସୀ ନାହାକ, ଅମିତ ବେହେରା, ପୁରୁଷୋତ୍ତମପୁରର ଡି. ଦିପୁ ଆଚାର୍ଯ୍ୟ, ସନ୍ତୋଷ ଆଚାର୍ଯ୍ୟ, ମିଥୁନ ବେହେରା, ବ୍ରହ୍ମପୁରର ବି. ବୀରଭଦ୍ର ରାଓ, ନନ୍ଦ କିଶୋର ଭଗତ ରହିଛନ୍ତି।

ଅକ୍ଟୋବରରେ ସୁରେନ୍ଦ୍ରଙ୍କ ଛାତ କବାଟ ଭାଙ୍ଗି ଘରେ ପଶି ସୁନା ଚୋରି କରିଥିଲେ ଅଭିଯୁକ୍ତମାନେ। ଏସମ୍ପର୍କରେ ଛତ୍ରପୁରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଡିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି। ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ, ଅତରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର, ଡିଏସ୍‌ପି ଉତ୍କଳ କେଶରୀ ଦାସ ଓ ଅଜୟ ମିଶ୍ର, ଏସ୍‌ଡିପିଓ ସୀମା ସ୍ବାଇଁ ଏବଂ ପୁରୁଷୋତ୍ତମପୁର ଥାନା ଆଇଆଇସି ଜଗନ୍ନାଥ ମଲିକ ଉପସ୍ଥିତ ଥିଲେ।

related posts

Leave a Comment