Home Breaking News / ତାଜା ଖବର ଆଜି ଦୁବାଇରେ ମହାମୁକାବିଲା, ମୁମ୍ବାଇ ନା ଦିଲ୍ଲୀ କିଏ ହେବ ଚାମ୍ପିଅନ୍ ? କାହା ପଲା ଭାରୀ ?

ଆଜି ଦୁବାଇରେ ମହାମୁକାବିଲା, ମୁମ୍ବାଇ ନା ଦିଲ୍ଲୀ କିଏ ହେବ ଚାମ୍ପିଅନ୍ ? କାହା ପଲା ଭାରୀ ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦୁବାଇ: ଆଇପିଏଲ-୧୩ ତମ ସଂସ୍କରଣରେ ଆଜି ଖେଳାଯିବ ହାଇଭୋଲଟେଜ୍ ଫାଇନାଲ ମ୍ୟାଚ୍ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଟ୍ରଫି ପାଇଁ ମୁମ୍ବଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ ଖେଳାଯିବ ମ୍ୟାଚ । ଏହାରି ମଧ୍ୟରେ ଆଇପିଏଲ ୨୦୨୦ର ବିଜୟ ମୁକୁଟ କିଏ ପିନ୍ଧିବ ତାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। କାରଣ ପ୍ରଥମ ଥର ଆଇପିଏଲ ଫାଇନାଲକୁ ଯାଇଛି ଦିଲ୍ଲୀ କ୍ୟାପିଟାଲ । ସେପଟେ ୪ ଥର ଆଇପିଏଲ ଚମ୍ପିଆନ୍ ମୁମ୍ବଇ ଇଣ୍ଡିଆନ୍ସ ରହିଛି ଦଦାର ଫର୍ମରେ।

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଜି ରାତି ୭ଟା ୩୦ ମିନିଟରେ ଏହି ମ୍ୟାଚ ଖେଳାଯିବ । ଆଇପିଏଲର ସବୁଠାରୁ ସଫଳ ଅଧିନାୟକ ରୋହିତ ଶର୍ମା ପଞ୍ଚମ ଟାଇଟଲ ଉପରେ ନଜର ରଖିଥିବା ବେଳେ ଦିଲ୍ଲୀ କ୍ୟାପିଟାଲର ଯୁବ କ୍ୟାପଟେନ୍‌ ଶ୍ରେୟସ ଆୟର ବିଜୟ ସହ ଇତିହାସ ରଚିବା ଅପେକ୍ଷାରେ ରହିଛନ୍ତି।

ତେବେ କାହା ପଲ୍ଲା ଭାରୀ ? ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳିମାନେ ଆରମ୍ଭରୁ ଟୁର୍ନାମେଣ୍ଟ ଉପରେ ପ୍ରାଧାନ୍ୟ ବିସ୍ତାର କରି ଖେଳି ଆସିଛନ୍ତି । ମୁମ୍ବାଇନିକଟରେ ରୋହିତ ଶର୍ମା ଓ ଡିକକ୍ ଯୋଡି ସଫଳ ଓପନିଂ ଯୋଡି । ହିଟ୍ ମ୍ୟାନ୍ କ୍ରିଜରେ ଜମିଗଲେ ତ କଥା ସରିଲା । ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ, ହାର୍ଦିକ୍ ପାଣ୍ଡ୍ୟା, କେରନ୍ ପୋଲାର୍ଡ ,ଇଶାନ କିଶନ୍ ଓ କ୍ରୁନାଲ ପାଣ୍ଡ୍ୟା ମୁମ୍ବାଇ ବ୍ୟାଟିଂ ଲାଇନର ବଡ ଶକ୍ତି । ବୋଲିଂରେ ବୁମରା, ବୋଲ୍ଟ ଓ ଚହର କୋଣସି ଦଳ ପାଇଁ ବିପଦ ।

ଆଇପିଏଲର ସବୁଠାରୁ ସଫଳ ଟିମ୍‌ ଭାବେ ୪ ଥର ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଟାଇଟଲ ହାସଲ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ । ଏହାକୁ ରୋକିବା ଶ୍ରେୟସ ଆୟାରଙ୍କ ଦିଲ୍ଲୀ କ୍ୟାପିଟାଲସ ପାଇଁ ବଡ ଚ୍ୟାଲେଂଜ ରହିବ । ଦିଲ୍ଲୀ ଓପନିଂ ଲାଇନ ସେତେଟା ଶକ୍ତିଶାଳୀ ରହିନି । ଧବନଙ୍କ ସହ କିଏ ଓପନିଂ କରିବ ଏହା ବଡ ପ୍ରଶ୍ନ । ମଧ୍ୟକ୍ରମରେ ଶ୍ରେୟସ ଆୟାର, ରାହାଣେ ଓ ମାରକସ୍ ଷ୍ଟ୍ରୋଇନସ୍ ଙ୍କ ଉପରେ ସବୁ ଚାପ ରହିବ । ଆଇପିଏଲର ସଫଳ ବୋଲର କାଗିସୋ ରାବାଡା (୨୯ ୱିକେଟ୍) ଏବଂ ଏନରିଚ୍ ନୋରଜେ (୨୦ ୱିକେଟ୍) ଯଦି ମୁମ୍ବଇର ସଫଳ ବ୍ୟାଟ୍ସମ୍ୟାନଙ୍କୁ ରୋକ

related posts

Leave a Comment