Home Breaking News / ତାଜା ଖବର ସୁପରନୋଭାଜ୍‌କୁ ହରାଇ ଟ୍ରେଲବ୍ଲେଜର୍ସ ଚାମ୍ପିଅନ

ସୁପରନୋଭାଜ୍‌କୁ ହରାଇ ଟ୍ରେଲବ୍ଲେଜର୍ସ ଚାମ୍ପିଅନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦୁବାଇ: ମହିଳା ଟି୨୦ ଚ୍ୟାଲେଞ୍ଜ୍​‌ର ଟୁର୍ଣ୍ଣାମେଣ୍ଟରେ ଟ୍ରେଲ୍‌ବ୍ଲେର୍ଜସ ଚମ୍ପିଆନ୍ ହୋଇଛି। ସୋମବାର ଫାଇନାଲ ମ୍ୟାଚ୍‌ରେ ଟ୍ରେଲ୍‌ବ୍ଲେର୍ଜସ ୧୬ ରନ୍‌ରେ ସୁପରନୋଭାଜ୍‌କୁ ପରାସ୍ତ କରି ଟ୍ରଫି ଜିତିଛି। ଅଧିନାୟିକା ସ୍ମୃତି ମାନ୍ଧାନାଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଟ୍ରେଲ୍‌ବ୍ଲେର୍ଜସ ୮ ୱିକେଟରେ ୧୧୮ ରନ୍ କରିଥିଲା। ଏହାର ଜବାବରେ ଅଧିନାୟିକା ହରମନପ୍ରୀତ କୌରଙ୍କ ଉପଯୋଗୀ ଇନିଂସ ସତ୍ତ୍ବେ ସୁପରନୋଭାଜ୍ ୭ ୱିକେଟ ହରାଇ ୧୦୨ ରନ୍ କରି ପାରିଥିଲା। ଟ୍ରେଲ୍‌ବ୍ଲେର୍ଜସ ପ୍ରଥମଥର ଏହି ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍ ହୋଇଛି।

ଟସ୍‌ ଜିତି ଗତ ସୁପରନୋଭାଜ୍ ଫିଲ୍‌ଡିଂ ନେଇଥିଲା। ଟ୍ରେଲ୍‌ବ୍ଲେର୍ଜସ ପାଇଁ ଓପ୍‌ନର ଡିଆଣ୍ଡ୍ରା ଡଟିନ୍ ଧିମା ବ୍ୟାଟିଂ କରିଥିଲେ। ତେବେ ଅଧିନାୟିକା ସ୍ମୃତି ମାନ୍ଧାନା ଆରମ୍ଭରୁ ଷ୍ଟ୍ରୋକ୍‌ ଖେଳିଥିଲେ। ପାୱରପ୍ଲେରେ ଟ୍ରେଲ୍‌ବ୍ଲେର୍ଜସ ୪୫ ରନ୍ କରିଥିଲା। ୧୧ ଓଭରରେ ୭୧ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ ଡଟିନ୍ ଆଉଟ ହୋଇଥିଲେ। ୱେଷ୍ଟଇଣ୍ଡିଜ୍‌ର ଡଟିନ୍ ୩୨ ବଲ୍‌ରୁ ଗୋଟିଏ ଚୌକା ସହ ୨୦ ରନ୍‌ କରିଥିଲେ। ୩୮ ବଲ୍‌ରେ ମାନ୍ଧାନା ଅର୍ଦ୍ଧଶତକ ପୂରଣ କରିଥିଲେ। ୧୫ତମ ଓଭରରେ ଆଉଟ ହୋଇଥିବା ମାନ୍ଧାନା ୪୯ ବଲ୍‌ରୁ ୩ଟି ଛକା ଓ ୫ଟି ଚୌକା ସହ ୬୮ ରନ୍ କରିଥିଲେ। ପରେ ୧୭ ରନ୍‌ରେ ଟ୍ରେଲ୍‌ବ୍ଲେଜର୍ସ ୭ଟି ୱିକେଟ ହରାଇଥିଲା। ବାମହାତି ସ୍ପିନର ରାଧା ଯାଦବ ୧୬ ରନ୍‌ଦେଇ ୫ଟି ୱିକେଟ ପାଇଥିଲେ।
୧୧୯ ରନ୍‌ ଲକ୍ଷ୍ୟରେ ଇନିଂସ ଆରମ୍ଭ କରିଥିବା ସୁପରନୋଭାଜ୍‌ ଆରମ୍ଭରୁ ଝଟକା ଖାଇଥିଲା । ଓପ୍‌ନର ଚମାରି ଆଟ୍ଟାପଟୁ ୬ ରନ୍‌କରି ଆଉଟ ହୋଇଥିଲେ। ପରେ ତାନିୟା ଭାଟିଆ ମାତ୍ର ୧୪ ରନ୍‌କରି ଆଉଟ ହୋଇଥିଲେ। ଜେମିମା ରଡ୍ରିଗ୍ବେଜ୍ ୧୩ ରନ୍ କରିଥିଲେ। ପରେ ହରମନପ୍ରୀତ କୌର ଓ ଶଶିକଳା ସିରିବର୍ଦ୍ଦନେ ସ୍କୋର୍‌କୁ ଆଗେଇ ନେଇଥିଲେ। ସିରିବର୍ଦ୍ଦନେ ୧୯ ରନ୍‌କରି ବିଦାୟ ନେଇଥିଲେ। ୧୯ଶ ଓଭରରେ ୩ଟି ୱିକେଟ ପଡ଼ିଥିଲା। ୩୬ ବଲ୍‌ରୁ ୨ଟି ​‌​ଚୌକା ସହ ହରମନପ୍ରୀତ ୩୦ ରନ୍ କରିଥିଲେ ବି ଦଳକୁ ଜିତାଇ ପାରିନଥିଲେ । ୧୬ ରନରେ ଟ୍ରେଲବ୍ଲେଜର୍ସ ଟ୍ରଫି ଜିତିନେଇଛି ।

related posts

Leave a Comment