Home Breaking News / ତାଜା ଖବର ବାଲେଶ୍ୱରରେ ବାଜି ମାରିଲା ବିଜେଡି

ବାଲେଶ୍ୱରରେ ବାଜି ମାରିଲା ବିଜେଡି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନରେ ବାଜି ମାରିଲା ବିଜେଡି। ବାଲେଶ୍ୱର ସଦର ଆସନଟି ବିଜେପି ଠାରୁ ଛଡ଼ାଇ ଆଣିଲା ବିଜେଡ଼ି। ଏଥିସହ ତିର୍ତ୍ତୋଲ୍ ଆସନକୁ ଦଳ ବଜାୟ ରଖିଛି। ବାଲେଶ୍ୱରରେ ବିଜେଡ଼ି ପ୍ରାର୍ଥୀ ସ୍ୱରୂପ ଦାସ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କଠାରୁ ପ୍ରାୟ ୧୨ ହଜାର ଭୋଟରେ ଆଗୁଆ ଅଛନ୍ତି। ଅନ୍ୟପଟେ ତିର୍ତ୍ତୋଲ୍ ରେ ବିଜେଡ଼ି ପ୍ରାର୍ଥୀ ବିଜୟ ଶଙ୍କର ଦାସ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀଙ୍କୁ ୩୫ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ଦୁଇଟିଯାକ ଆସନରେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି ।

related posts

Leave a Comment