Home Uncategorized ପଞ୍ଚମ ଥର ପାଇଁ ବିଜୟ ମୁକୁଟ ପିନ୍ଧିଲା ମୁମ୍ବାଇ ଇଣ୍ଡିଆନ୍ସ

ପଞ୍ଚମ ଥର ପାଇଁ ବିଜୟ ମୁକୁଟ ପିନ୍ଧିଲା ମୁମ୍ବାଇ ଇଣ୍ଡିଆନ୍ସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟ ପରାସ୍ତ କରି ପଞ୍ଚମ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ୍‌ ହୋଇଛି। ଏହାପୂର୍ବରୁ ୨୦୧୩, ୨୦୧୫, ୨୦୧୭ ଏବଂ ୨୦୧୯ ମସିହାରେ ମୁମ୍ବାଇ ଆଇପିଏଲ ଚାମ୍ପିଅନ୍ ହୋଇଥିଲା। ଏଥିସହ ମୁମ୍ବାଇ ସର୍ବାଧିକ ଥର ଟ୍ରଫି ଜିତିବା ରେକର୍ଡ ନିଜ ନାମରେ କରିଛି।

ଦୁବାଇରେ ମଙ୍ଗଳବାର ଅନୁଷ୍ଠିତ ଫାଇନାଲ୍ ମ୍ୟଚର ଦ୍ବିତୀୟ ଇନିଂସରେ ମୁମ୍ବାଇ ୧୫୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୧୮.୪ ଓଭରରେ ୫ ୱିକେଟ ହରାଇ ଏହାକୁ ହାସଲ କରିଛି। ମୁମ୍ବାଇ ପକ୍ଷରୁ ପ୍ରଥମରୁ ଦମ୍‌ଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା। ରୋହିତ ଶର୍ମା ୫୧ ବଲରେ ୬୮ ରନ୍‌ କରିଥିବାବେଳେ ଡି କକ୍‌ ୧୨ ବଲରେ ୨୦ ରନ୍‌ କରିଥିଲେ। ଏହା ପରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ରୋହିତ ଶର୍ମାଙ୍କୁ ନିଶ୍ଚିତ ରନଆଉଟ୍ ହେବାରୁ ବଞ୍ଚାଇବାକୁ ଯାଇ ୨୦ ବଲରେ ୧୯ ରନ୍‌ କରି ରନ୍‌ ଆଉଟ ହୋଇଥିଲେ। ସେହିପରି ଇଶାନ୍ କିଶାନ୍ ୩୩ ଓ ପୋଲାର୍ଡ ୯ରନ୍‌ କରିଥିଲେ। ଫଳରେ ମୁମ୍ବାଇ ଏହି ମ୍ୟାଚକୁ ୫ ୱିକେଟରେ ଜିତି ନେଇଥିଲା।

ଅନ୍ୟପଟେ ଏହି ହାଇଭୋଲଟେଜ୍ ମ୍ୟାଚରେ ଦିଲ୍ଲୀ ପକ୍ଷରୁ ଦୁର୍ବଳ ବୋଲିଂ ଦେଖିବାକୁ ମିଳିଥିଲା ଅନ୍ରିଚ୍ ନର୍ଟେଜେ ୨ଟି ୱିକେଟ, ମାର୍କସ୍ ଷ୍ଟୋଇନିସ୍ ଓ କାଗିସୋ ରାବାଡା ୧-୧ ୱିକେଟ ନେଇଥିଲେ। ଫଳରେ ଫାଇନାଲ ମ୍ୟାଚରେ ଦିଲ୍ଲୀ ୫ ୱିକେଟ‌ରେ ପରାଜୟ ବରଣ କରିଥିଲା। ‌ଦିଲ୍ଲୀ ୧୨ ବର୍ଷ ହେଲା ଆଇପିଏଲ ଖେଳୁଥିଲେ ମଧ୍ୟ ଚଳିତବର୍ଷ ପ୍ରଥମ ଥର ପାଇଁ ଫାଇନାଲକୁ ଯାଇଥିଲା। କିନ୍ତୁ ଫାଇନାଲରେ ବିଜୟୀ ହେବାର ଆଶା ଦିଲ୍ଲୀ ପାଇଁ ସ୍ବପ୍ନ ହୋଇ ରହିଗଲା। କିନ୍ତୁ ଅପରପକ୍ଷରେ ମୁମ୍ବାଇ ଲଗାତାର ଦୁଇଥର ଚାମ୍ପିଆନ ହୋଇଛି । ୨୦୧୯ରେ ଚେନ୍ନାଇକୁ ୧ ରନ୍‌ରେ ପରାସ୍ତ କରି ଚାମ୍ପିଆନ ହୋଇଥିବାବେଳେ ଏହି ବର୍ଷ ଦିଲ୍ଲୀକୁ ୫ ୱିକେଟରେ ପରାଜୟ କରି ଚାମ୍ପିଆନ ହୋଇଛି। ପୂର୍ବରୁ ଦିଲ୍ଲୀ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଏବଂ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୫୬ ରନ୍‌ କରିଥିଲା।

related posts

Leave a Comment