Home Breaking News / ତାଜା ଖବର ଶୀତରେ ଥରୁଛି ଦାରିଙ୍ଗବାଡ଼ି

ଶୀତରେ ଥରୁଛି ଦାରିଙ୍ଗବାଡ଼ି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦାରିଙ୍ଗବାଡି (ସୁଶାନ୍ତ ସାହୁ ): ଓଡିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିରେ ଦିନ କୁ ଦିନ ପାରଦ ଖସୁଥିବା ବେଳେ ଶୀତ ବୃଦ୍ଧି ପାଉଛି। ଦାରିଙ୍ଗବାଡ଼ିରେ ଶନିବାର ଦିନ ତାପମାତ୍ରା ୧୪ ଡିଗ୍ରୀ ସେଲସିଅସ ରହିଥିବା ବେଳେ ରବିବାର ଦିନ ୩.୫ ଡିଗ୍ରୀ ସେଲସିଅସ ତାପମାତ୍ରା ଖସିଯାଇ ୧୦ .୫ ଡିଗ୍ରୀ ସେଲସିଅସ ତାପମାତ୍ରା ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଓଡିଶାରେ ସର୍ବନିମ୍ନ ତାପମାତ୍ରା ୯.୬ ଡିଗ୍ରୀ ସେଲସିଅସ ସୋନପୁର ର ତାପମାତ୍ରା ରହିଥିବା ବେଳେ ୧୦.୫ ଡିଗ୍ରୀ ସେଲିସିଅସ ତାପମାତ୍ରା ରହି ଦ୍ଵିତୀୟ ସ୍ଥାନରେ ଦାରିଙ୍ଗବାଡ଼ି ରହିଛି। ଆଭ୍ୟନ୍ତରୀଣ ଅଂଚଳରେ ଏହାର ତାପମାତ୍ରା ଆହୁରି କମ ଥିବା ଅନୁମାନ କରାଯାଉଛି।

ଶୀତ ହଠାତ ବୃଦ୍ଧି ପାଇଥିବା ହେତୁ ଲୋକେ ବହୁକଷ୍ଟ ଅନୁଭବ କରୁଛନ୍ତି। ଶୀତରୁ ରକ୍ଷା ପାଇବା ପାଇଁ କିଏ ନିଆଁର ଆଶ୍ରୟ ନେଉଛି ତ ଆଉ କିଏ ପ୍ରାତଃ ଭ୍ରମଣ କରି ବ୍ୟାୟାମ କରୁଛନ୍ତି। ଏଭଳିକି ଚା ଦୋକାନରେ ପ୍ରବଳ ଭିଡ ରହୁଥିବା ଦେଖିବାକୁ ମିଳିଛି। ଏଭଳିକି ଶୀତ ବୃଦ୍ଧି ପାଇଥିବା ଯୋଗୁଁ ଲୋକେ ସକାଳ ୯ ଟା ପର୍ଯ୍ୟନ୍ତ ଘରୁ ବାହାରିବା କଷ୍ଟ ସାଧ୍ୟ ହୋଇଯାଉଛି। ଲୋକେ କାମକୁ ସଠିକ ସମୟ ରେ ମଧ୍ୟ ଯାଇପାରୁନାହାନ୍ତି। ଗୋଟିଏ ପଟେ ଥଣ୍ଡା ରୋଗ ଭଳି ଲକ୍ଷଣ ଥିବା କରୋନା ଭଳି ମହାମାରୀ ଉଭା ହୋଇଥିବା ବେଳେ ଅନ୍ୟ ପଟେ ଦାରିଙ୍ଗବାଡ଼ିରେ ଥଣ୍ଡା ବୃଦ୍ଧି ପାଇବାରୁ ଥଣ୍ଡା ହୋଇଥିଲେ ବି କରୋନା ଲକ୍ଷଣ ଭାବି ସନ୍ଧେହ କରି ଲୋକେ ଭୟଭିତ ଅଛନ୍ତି।

ଏପରିକି ଦାରିଙ୍ଗବାଡ଼ିର ଥଣ୍ଡା ବୃଦ୍ଧି ପାଇଥିଲେ ହେଁ ଦାରିଙ୍ଗବାଡ଼ି କୁ ପର୍ଯ୍ୟଟକ ଙ୍କ ଆଗମନ ବୃଦ୍ଧି ପାଇବା ନେଇ ଅନୁମାନ କରାଯାଇଥିବା ବେଳେ କନ୍ଧମାଳ ଜିଲ୍ଲା ପ୍ରଶାସନ କରୋନା ନିମନ୍ତେ ଜିଲ୍ଲା କୁ କୌଣସି ପର୍ଯ୍ୟଟକ ନଭେମ୍ବର ଶେଷ ପର୍ଯ୍ୟନ୍ତ କେହି ନଆସିବାକୁ ପାଇଁ ନିର୍ଦେଶ ରହିଛି। ଏଣୁ ଦାରିଙ୍ଗବାଡ଼ିରେ ତାପମାତ୍ରା କାମୁଥିଲେ ବି ପର୍ଯ୍ୟଟକ ଙ୍କ ଆସିବାକୁ ଇଛା କରୁଥିଲେ ସୁଦ୍ଧା ଆସିପାରୁନାହାନ୍ତି।

related posts

Leave a Comment