Home ଖେଳ ହାଇଦ୍ରାବାଦକୁ ହରାଇ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲସ୍

ହାଇଦ୍ରାବାଦକୁ ହରାଇ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲସ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲରେ ଦ୍ବିତୀୟ ଦଳ ଭାବେ ପ୍ରବେଶ କରିଛି ଦିଲ୍ଲୀ କ୍ୟାପିଟାଲସ୍ । ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୭ ରନରେ ପରାସ୍ତ କରି ଦଲ୍ଲୀ କ୍ୟାପିଟାଲସ୍ ଏହି ବିଜୟ ହାସଲ କରିଛି । ୧୯୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ସନରାଇଜର୍ସ ଟିମ୍ ୨୦ ଓଭରରେ ୮ ୱିକେଟରେ ୧୭୨ ରନ୍ କରିପାରିଥିଲା । ୧୯ ତମ ଓଭରରେ କିଗସୋ ରାବଡା ୩ଟି ୱିକେଟ ଦଖଲ କରି ଦିଲ୍ଲୀର ବିଜୟ ସଂଭାବନା ପକ୍କା କରିଥୀଲେ । ସମଦ, ରସିଦ୍ ଖାନ୍ ଏବଂ ଗୋସ୍ବାମୀଙ୍କ ୱିକେଟ ୧୯ ତମ ଓଭରରେ ହରାଇବା ପରେ ହାଇଦ୍ରାବାଦ ବିଜୟ ଆଶା ମଉଳି ଯାଇଥିଲା । ଦଳ ଏହାପରେ ୧୭୨ ରନ ହିଁ କରିପାରିଥିଲା ।

ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲସ୍ ୨୦ ଓଭରରେ ୩ ୱିକେଟ ହରାଇ ୧୮୯ ରନ୍ କରିଥିଲା । ଧବନ୍ ୭୮, ଷ୍ଟ୍ରୋଇନସ୍ ୩୮ ଏବଂ ହେଟମେୟାର ଅପରାଜିତ ୪୨ ରନ୍ ସ୍କୋର କରିଥିଲେ । ଏହାକୁ ପିଛା କରି ସନରାଇଜର୍ସ ହାଇଦ୍ରାବାଦ ୮ ୱିକେଟ ହରାଇ ୨୦ ଓଭରରେ ୧୭୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ରାବଡା ୪ଟି, ଷ୍ଟ୍ରୋଇନସ୍ ୩ଟି ଓ ଅକ୍ଷର ପଟେଲ ୧ଟି ୱିକେଟ ଦଖଲ କରି ଦଳକୁ ରୋମାଞ୍ଚକର ବିଜୟ ଦେଇଥୀଲେ ।

ଆସନ୍ତା ୧୦ ତାରିଖରେ ଆଇପିଏଲ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲସ୍ ମଧ୍ୟରେ ଖେଳାଯିବ ।

related posts

Leave a Comment