Home Breaking News / ତାଜା ଖବର ବାଇକ ଡ଼ିକି ଭାଙ୍ଗି ଲୁଟିନେଲେ ଟଙ୍କା

ବାଇକ ଡ଼ିକି ଭାଙ୍ଗି ଲୁଟିନେଲେ ଟଙ୍କା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର(ରବିନାରାୟଣ ମହାନ୍ତି): ନବରଙ୍ଗପୁର ଜିଲ୍ଲା ଧୋଡ୍ରା ଛକରେ ଦୁର୍ବୃତ୍ତ ବାଇକ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟି ନେଲେ, କାରାଗାଁ ର ଯୁବକ ଦୀପକ ଚୌଧୁରୀ ଉମରକୋଟ ଆନ୍ଧ୍ର ବ୍ୟାଙ୍କ ରୁ ତାଙ୍କ ମାଲିକ ମହେଶ ପ୍ରଧାନ (ବୀଚି ) ଙ୍କ ଟଙ୍କା ଉଠାଇ ଘରକୁ ଫେରୁଥିଲେ,ଧୋଡ୍ରା ଗ୍ରାମ ଠାରେ ଗୋଟିଏ ପାନ ଦୋକାନ ସମ୍ମୁଖରେ ଗାଡି ରଖି ଔିଷଧ କିଣିବାକୁ ଯାଇଥିଲେ ଏହି ସମୟ ମଧ୍ୟରେ ଟଙ୍କା ଲୁଟ୍ ହୋଇଛି। ପ୍ରତାକ୍ଷଦର୍ଶୀ ଙ୍କ ଅନୁଯାୟୀ ଚାରି ଜଣ ଦୁଇଟି ବାଇକ ରେ ଆସିଥିଲେ ଦୁଇ ଜଣ ଦୋକାନ ରେ ଚକଲେଟ କିଣିବା ପାଇଁ ଆସିଲେ ଆଉ ଦୁଇ ଜଣ ବାଇକ ଡିକି ଭାଙ୍ଗି ଟଙ୍କା ବାହାର କଲେ, ଡିକି ଭାଙ୍ଗିବା ଶବ୍ଦ ଶୁଣି ପାଟି କରିବାରୁ ଟଙ୍କା ସହ ଲୁଟେରା ମାନେ ଫେରାର ହୋଇ ଯାଇଥିଲେ।

ନବରଙ୍ଗପୁର ଜିଲ୍ଲାରେ ଗତ ଏକ ସପ୍ତାହ ମଧ୍ୟରେ ଏହା ତୃତୀୟ ଲୁଟ। ଏହିଠାରେ ସୂଚନା ଯୋଗ୍ୟ ଯେ ଗତ ନଭେମ୍ବର ତିନି ତାରିଖରେ କୋଡିଙ୍ଗା ନିକଟସ୍ଥ ଜାନିଗୁଡ଼ା ପେଟ୍ରୋଲ ପମ୍ପ ରେ ବନ୍ଧୁକ ଦେଖାଇ ଦୁଇ ରାଉଣ୍ଡ ଗୁଳି ଫୁଟାଇ ପେଟ୍ରୋଲ ପମ୍ପ କର୍ମଚାରୀ ଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟ କରିଥିଲେ, ଗତ ନଭେମ୍ବର ସାତ ତାରିଖ ସନ୍ଧ୍ୟାରେ ଜଗଦଲପୁର ର ବ୍ୟବସାୟୀ ରମେଶ ପାରେଖ ଙ୍କ ଠାରୁ ନବରଙ୍ଗପୁର LIC ଅଫିସ୍ ନିକଟରେ ସାଢେ ଛଅ ଲକ୍ଷ ଟଙ୍କା ବ୍ୟାଗ ସହ ଲୁଟି ନେଇଥିଲେ ଆଜି ପୁଣି ଲୁଟ ହୋଇଛି ପୂର୍ବ ଘଟଣା ଗୁଡିକରେ ଜିଲ୍ଲା ପୋଲିସ ର ହାତ ଖାଲି ଥିବା ବେଳେ ଆଜି ପୁଣି ଏକ ଲକ୍ଷ ଟଙ୍କା ର ଲୁଟ ପୋଲିସ୍ ର ମୁଣ୍ଡ ବ୍ୟଥା ର କାରଣ ସାଜିଛି । ଉମରକୋଟ ପୋଲିସ୍ ଧୋଡ୍ରା ଗ୍ରାମରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

related posts

Leave a Comment