Home Breaking News / ତାଜା ଖବର ହିଞ୍ଜିଳି କାଟୁରେ ମାତିଲେ ଲୁଟେରା ଗ୍ୟାଙ୍ଗ

ହିଞ୍ଜିଳି କାଟୁରେ ମାତିଲେ ଲୁଟେରା ଗ୍ୟାଙ୍ଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର(ଦିନେଶ ପଟ୍ଟନାୟକ): ଗତ ଦୁଇ ଦିନ ଭିତରେ 3 ଘରେ କଳା କନା ବୁଲାଇଛନ୍ତି ଲୂଟେରା। ଗତକାଲି ଗୀତଭବନ ସମୁଖରେ ଥିବା ଅଭିମନ୍ୟୁ ଦଳାଇଙ୍କ ଘରୁ ଚୋରି ହୋଇଛି। ଘରେ କେହି ନ ଥିବାର ସୁଯୋଗ ଦେଖି ଘର ଗ୍ରୀଲ ତାଲା କାଟି ଘର ଭିତରେ ପଶିଛନ୍ତି। ଏଥି ସହ ଘରେ ରଖିଥିବା
ସୁନା 20 ତୋଳା, ନଗଦ 15 ହଜାର,10 ତୋଳା ରୁପା ଚୋରି କରି ନେଇଛନ୍ତି।

ସନ୍ଧ୍ୟାରେ ତାଙ୍କର ଜଣେ ସମ୍ପର୍କୀୟ ଘର ଦାଣ୍ଡରେ ଥିବା ତୁଳସୀ ଗଛରେ ପାଣି ଦେବାକୁ ଆସିବା ବେଳେ ସେ ଘରେ ଚୋରି ହୋଇଥିବା ଜାଣି ପୋଲିସକୁ ଖବର ଦେଇଥିଲେ। ଠିକ ସେହିଭଳି ଗତକାଲି ରାତିରେ ବି ହିଂଜିଲି ସହର ବଇଞ୍ଚ ବଣିଆ ଶ୍ରୀରାମ ନଗର 2 line ରୁ ଜଣେ ବ୍ୟକ୍ତିଙ୍କ ଘରୁ ଚୋରି କରିବାକୁ ଉଦ୍ୟମ କରିଥିବା ବେଳେ ଅନ୍ୟ ଜଣଙ୍କ ଘରୁ 2ଟି ମୋବାଇଲ ଚୋରି କରି ନେଇଛନ୍ତି। ଅଭିମନ୍ୟୁ ବେହରାଙ୍କ ଗ୍ରିଲର ଭିତର ପଟୁ
ଚତୁରତାର ସହ ଚାବି କାଟୁଥିଲେ। ପରିବାର ଲୋକେ ଏହା ଶୁଣି ପାରି ଘରର ଲାଇଟ ଲଗାଇବାରୁ ଦୁର୍ବୁର୍ତ୍ତ ସେଠାରୁ ଚମ୍ପଟ ମାରିଥଲେ।ଅନ୍ୟପଟେ ମିଟୁ ସାହୁଙ୍କ ଘରୁ 2ଟି ମୋବାଇଲ ଚୋରି ହୋଇଥିବା ଜଣାପଡିଛି।

related posts

Leave a Comment