Home Breaking News / ତାଜା ଖବର କଟା ହେଲା ବେଆଇନ ଭାବେ ଲଗାଯାଇଥିବା ଗଞ୍ଜେଇ ଗଛ

କଟା ହେଲା ବେଆଇନ ଭାବେ ଲଗାଯାଇଥିବା ଗଞ୍ଜେଇ ଗଛ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫିରିଙ୍ଗିଆ(ସୁବ୍ରତ କୁମାର ମହାନ୍ତି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବଣପାହାଡ଼ ଘେରା ଜଙ୍ଗଲ ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବାରେ ଲାଗିଛନ୍ତି ଅବକାରୀ ଓ ପୋଲିସ ବିଭାଗ। ଅବକାରୀ ଓ ପୋଲିସ ବିଭାଗର ମିଳିତ ଉଦ୍ୟମରେ କିଛିଦିନ ହେଲା ଜିଲ୍ଲାରେ ଆରମ୍ଭ ହୋଇଛି ମିଶନ ଗଞ୍ଜେଇ ଗଛକଟା।ଏହି ପରିପେକ୍ଷୀରେ ରବିବାର ଫିରିଙ୍ଗିଆ ପୋଲିସ ଓ ଜିଲ୍ଲା ଅବକାରୀ ବିଭାଗର କର୍ମଚାରୀ ଫିରିଙ୍ଗିଆ ବ୍ଲକ ନୂଆପଦର ଅଧୀନରେ ଥିବା ମାତିଙ୍ଗିଆ ଗାଁ ନିକଟରେ ପ୍ରାୟ ୧୩୦ ଏକର ଜଙ୍ଗଲ ଜମିରେ ବେଆଇନ ଭାବରେ କରାଯାଇଥିବା ଗଞ୍ଜେଇ ଚାଷକୁ କାଟି ନଷ୍ଟ କରିଦେଇଛନ୍ତି। ତେବେ ଏହି ୩ୟ ପର୍ଯ୍ୟାୟ ଗଞ୍ଜେଇ ଗଛ କଟା ଅଭିଯାନରେ ଫିରିଙ୍ଗିଆ ଥାନା ଅଧିକାରୀଙ୍କ ନେତୃତ୍ୱରେ ପୋଲିସ ବିଭାଗର କର୍ମଚାରୀଙ୍କ ସହ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ଅନ୍ୟପଟେ ଏହି ଗଞ୍ଜେଇ କଟାକୁ ନେଇ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

related posts

Leave a Comment