Home Breaking News / ତାଜା ଖବର ରାଇକିଆ ବ୍ଲକ୍ ପ୍ରଶାସନ ପକ୍ଷରୁ କରୋନା ସଚେତନତା

ରାଇକିଆ ବ୍ଲକ୍ ପ୍ରଶାସନ ପକ୍ଷରୁ କରୋନା ସଚେତନତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ):ସାରା ବିଶ୍ବରେ କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଲୋକେ ଆତଙ୍କିତ ହୋଇରହିଛନ୍ତି। ଏହି ମହାମାରୀ ସଂକ୍ରମିତ ରେ ବିଶ୍ବରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ବରଣ କରିଥିବା ବେଳେ ସୁସ୍ଥ ମଧ୍ୟ ହୋଇଛନ୍ତି ସଂକ୍ରମଣରୁ। ବର୍ତ୍ତମାନ ସୁଦ୍ଧା କୈାଣସି ଟିକା ଏ ପର୍ଯ୍ୟନ୍ତ ବାହାରି ଥିବା ଜଣାପଡିଛି।କେବଳ ସଚେତନତା ସୃଷ୍ଟି କରିବା ଦ୍ବାରା ଏଥିରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପାଇଁ ପରାମର୍ଶ ଦିଆଯାଉଛି।ମାସ୍କ ବ୍ୟବହାର ସାମାଜିକ ଦୂରତା,ସାନିଟାଇଜର୍ କରିବା ନିତାନ୍ତ ଆବଶ୍ୟକ ରହିଛି ଏହି ମହାମାରୀ ସମୟରେ ସରକାର, ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ ତରଫରୁ ଲୋକଙ୍କ ପାଇଁ ବିଭିନ୍ନ ଉପାୟ ରେ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମ ରେ ସୂଚନା ଦିଆଯାଉଛି।

ଏହି ପରି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ପ୍ରଶାସନ ପକ୍ଷରୁ କୋଭିଡ୍-୧୯ କୁ ନେଇ ଏକ ସଙ୍ଗୀତ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ପାଇଁ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବିଣ କୁମାର ବାଣୁଆଙ୍କ ଦ୍ବାରା ଏକ ସଙ୍ଗୀତ ରଚନା ଓ ପରିକଳ୍ପନା କରାଯାଇଅଛି ‘କରୋନା ତୁ ହାରିବୁ’ ଏହି ପରି ନାମ କରଣ କରାଯାଇଛି । ଏହାର ସଙ୍ଗୀତ ନିର୍ଦ୍ଦେଶନା ଶୋଭନୀୟ କୁମାର ନାୟକ କରିଥିବା ବେଳେ ସୋନାଲି, ଗୁଡିଆ, ବନ୍ଦିଆଙ୍କ ସହ ଶୁଭାଶିଷ କଣ୍ଠ ଦାନ କରିଛନ୍ତି। ଏବଂ ବ୍ଲକ୍ ର ସମସ୍ତ ସରକାରୀ ତଥା ବେସରକାରୀ କୋଭିଡ୍ ଯୋଦ୍ଧାଙ୍କ ସ୍ବତନ୍ତ୍ର ଧନ୍ୟବାଦ୍ ବ୍ଲକ୍ ପ୍ରଶାସନକୁ ଦିଆଯାଇଛି।

ଏହି ସଙ୍ଗୀତର ଏକ ଭିଡ଼ିଓ ପ୍ରସ୍ତୁତ କରା ଯାଇଛି। ଯାହା ସୋସିଆଲ ମିଡ଼ିଆରେ ବହୁତ ମାତ୍ରାରେ ପ୍ରଶଂସା ମିଳୁଛି। ଏଥିରେ କରୋନା ମହାମାରୀ ସମୟରେ ବ୍ଲକ୍ ର ସମସ୍ତ ସରକାରୀ ଓ ବେସରକାରୀ କୋଭିଡ୍ ଯୋଦ୍ଧାଙ୍କ ସହୋଯୋଗରେ ଗାଁ ଗାଁ ଯାଇ ଲୋକ ମାନଙ୍କୁ ଏହି ସଂକ୍ରମଣରୁ କିପରି ସୁରକ୍ଷିତ ରଖିବା ସେଥିନିମନ୍ତେ ସଚେତନତା କରା ଯାଉଛି। ମେଡିକାଲ୍ କର୍ମଚାରୀ,ଆଶା, ଅଙ୍ଗନବାଡ଼ି କର୍ମୀ, ସ୍ବେଛାସେବୀ ଏହି ପରି ଅନେକ ଲୋକଙ୍କ ସହଯୋଗ ରହିଛି। କିଛି ଦିନ ହେଲା ବ୍ଲକ୍ ରେ କରୋନା ସଂକ୍ରମିତ କମ୍ ଥିବା ଜଣାପଡିଛି। ରାଇ କିଆରେ ସମୋବାର ସାପ୍ତାହିକ ହାଟ ବସୁଥିବା ବେଳେ ଲୋକଙ୍କୁ ସଚେତନତା କରିବା ପାଇଁ ବ୍ଲକ୍ ପ୍ରଶାସନ ପକ୍ଷରୁ ଏକ ଅଟୋ ସାହାଯ୍ୟରେ ଡ଼ାକବାଜି ଯନ୍ତ୍ର ଦ୍ବାରା ଏହି କରୋନା ତୁ ମାରିବୁ ସଙ୍ଗୀତ ଦ୍ବାରା ସଚେତନତା କରାଯାଉଛି।

ପୂର୍ବରୁ କୋଭିଡ୍-୧୯ ନେଇ ଲୋକେ ପ୍ରଶାସନକୁ ସହଯୋଗ କରୁଥିଲେ ଯେପରି ଆଗକୁ ମଧ୍ୟ ଲୋକ ଙ୍କ ସହଯୋଗ ରଖିବା ପାଇଁ ଅନୁରୋଧ କରା ଯାଉଛି ଡିସେମ୍ବର ମାସରେ ପୁଣି କରୋନା ସଂକ୍ରମଣ ଫେରି ବା ନେଇ ସରକାର, ଜିଲ୍ଲା, ବ୍ଲକ୍ ପ୍ରଶାସନ ତତ୍ପର ହୋଇଯାଇଛି। ରାଇ କିଆରେ ଶୀତ ବୃଦ୍ଧି ପାଉଥିବା ଯୋଗୁଁ ଲୋକଙ୍କୁ ସଚେତନତା ସହ ସୁରକ୍ଷିତ ରହିବା ପାଇଁ କୁହାଯାଉଛି।

related posts

Leave a Comment