Home Breaking News / ତାଜା ଖବର ଚିରଞ୍ଜିବୀ କରୋନା ପଜିଟିଭ୍

ଚିରଞ୍ଜିବୀ କରୋନା ପଜିଟିଭ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୁମ୍ବାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଚିରଞ୍ଜିବୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ୍‌ ଆସିଛି। ଏନେଇ ଚିରଞ୍ଜିବୀ ନିଜେ ଟ୍ୱିଟ୍ କରି ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି। ଏଥିସହ ଅଭିନେତା ଗତ ପାଞ୍ଚ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଇନେବାକୁ ଅନୁରୋଧ କରିଛନ୍ତି।

ଚିରଞ୍ଜିବୀ ଟ୍ୱିଟ୍ କରି କହିଛନ୍ତି ଯେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଆଚାର୍ଯ୍ୟ’ର ସୁଟିଂ ପୂର୍ବରୁ ସେ ପ୍ରୋଟୋକଲ୍ ଅଧୀନରେ କରୋନା ଟେଷ୍ଟ କରାଇଥିଲେ। ତାଙ୍କର ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି। ମାତ୍ର ତାଙ୍କର କୌଣସି ଲକ୍ଷଣ ନଥିଲା।

କିଛିଦିନ ପୂର୍ବେ ଅଭିନେତା ଚିରଞ୍ଜିବୀ ଏବଂ ନାଗାର୍ଜୁନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଭେଟିଥିଲେ। ହାଇଦ୍ରାବାଦ ବନ୍ୟା ପାଇଁ ସେ ସିଏମ୍ ରିଲିଫ ପାଣ୍ଠିକୁ ଦାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଉଭୟ ଅଭିନେତାଙ୍କ ଫଟୋ ସୋସିଆଲ ମିଡିଆରେ ମଧ୍ୟ ସାମ୍ନାକୁ ଆସିଥିଲା।

related posts

Leave a Comment