Home Breaking News / ତାଜା ଖବର ସମଗ୍ର କନ୍ଧମାଳରେ ଏବେ ଖସୁଛି ପାରଦ ବଢୁଛି ଶୀତ

ସମଗ୍ର କନ୍ଧମାଳରେ ଏବେ ଖସୁଛି ପାରଦ ବଢୁଛି ଶୀତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ଫୁଲବାଣୀ(ସୁନୀଲ ପଟନାୟକ): କିଛି ଦିନ ହେଲା ଫୁଲବାଣୀ ସମେତ ସମଗ୍ର କନ୍ଧମାଳ କୁ ଶୀତ ଛୁଇଁଛି। ଆଜି ଫୁଲବାଣୀରେ ତାପମାତ୍ରା 10.5 ଡିଗ୍ରୀ ସେଲସିୟସ କୁ ଖସି ଆସୁଥିବାରୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ସେହିପରି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ରେ ମଧ୍ୟ ତାପମାତ୍ରା ଆଜି 10 ଡିଗ୍ରୀକୁ ସେଲସିୟସ ଖସି ଆସିଛି। ସକାଳ 8 ଟା ଯାଏଁ ଘନ କୁହୁଡ଼ି ପଡ଼ିବା ସହ ଥଣ୍ଡା ପବନ ବୋହିବା ଆରମ୍ଭ ହେଇଛି। ସତେ ଯେପରି ଘନ କୁହୁଡ଼ି ରେ ଏକ ସଫେଦ୍ ଚାଦର ତଳେ ଫୁଲବାଣୀ ସହର ଢାଙ୍କି ହୋଇଥିବା ମନେ ହଉଛି ଘନ କୁହୁଡ଼ି ସୂରୁଜ କିରଣ କୁ ମଧ୍ୟ ଢାଙ୍କି ରଖିଥିବା ଦୃଶ ବେଶ୍ ନିଆରା। ଫଳରେ ସକାଳୁ ସକାଳୁ ଏହି ହାଲକା ଶୀତ ର ମଜା ଉଠାଉଛନ୍ତି ସହର ବାସୀ । ସେହିପରି ଜିଲ୍ଲାର ବାଲିଗୁଡ଼ା, ତୁମୁଡ଼ିବନ୍ଧ,କୋଟଗଡ଼, ବେଲଘର, ଜି ଉଦୟଗିରି, ରାଇକିଆ ଆଦି ଅଞ୍ଚଳରେ ମଧ୍ୟ ଦିନକୁ ଦିନ ପାରଦ ଖସିବାରେ ଲାଗିଛି। ସକାଳେ 9 ଟା ଯାଏଁ କୁହୁଡ଼ିର ରାଜ୍ ଚାଲିଥିବାରୁ ଯାତାୟତରେ ସାମାନ୍ୟ ବାଧା ସ୍ରୁଷ୍ଟି ହଇଛି । ଏବେ ଥଣ୍ଡା ପଡୁଥିବାରୁ ସକାଳୁ ସକାଳୁ ଗରମ୍ ଗରମ୍ ଚା ପିଇବା ଲାଗୀ ଚା ଦୋକାନରେ ଲୋକଙ୍କ ଭିଡ ମଧ୍ୟ ଜମିଥିବା ଦେଖିବାକୁ ମିଳିଛି । ଆଗକୁ ପାଗ ଶୁଖିଲା ରହିଲେ ଥଣ୍ଡା ଆହୁରି ବଢ଼ିବାର ସମ୍ଭାବନା ରହିଥିବା କଥା ଫୁଲବାଣୀ ପାଣିପାଗ ପର୍ଯ୍ୟ ବେକ୍ଷକ ଅଭିନାସ୍ ମୁଖୀ କହିଛନ୍ତି। ପଟନାୟକ): କିଛି ଦିନ ହେଲା ଫୁଲବାଣୀ ସମେତ ସମଗ୍ର କନ୍ଧମାଳ କୁ ଶୀତ ଛୁଇଁଛି। ଆଜି ଫୁଲବାଣୀରେ ତାପମାତ୍ରା 10.5 ଡିଗ୍ରୀ ସେଲସିୟସ କୁ ଖସି ଆସୁଥିବାରୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ସେହିପରି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ରେ ମଧ୍ୟ ତାପମାତ୍ରା ଆଜି 10 ଡିଗ୍ରୀକୁ ସେଲସିୟସ ଖସି ଆସିଛି। ସକାଳ 8 ଟା ଯାଏଁ ଘନ କୁହୁଡ଼ି ପଡ଼ିବା ସହ ଥଣ୍ଡା ପବନ ବୋହିବା ଆରମ୍ଭ ହେଇଛି। ସତେ ଯେପରି ଘନ କୁହୁଡ଼ି ରେ ଏକ ସଫେଦ୍ ଚାଦର ତଳେ ଫୁଲବାଣୀ ସହର ଢାଙ୍କି ହୋଇଥିବା ମନେ ହଉଛି ଘନ କୁହୁଡ଼ି ସୂରୁଜ କିରଣ କୁ ମଧ୍ୟ ଢାଙ୍କି ରଖିଥିବା ଦୃଶ ବେଶ୍ ନିଆରା। ଫଳରେ ସକାଳୁ ସକାଳୁ ଏହି ହାଲକା ଶୀତ ର ମଜା ଉଠାଉଛନ୍ତି ସହର ବାସୀ । ସେହିପରି ଜିଲ୍ଲାର ବାଲିଗୁଡ଼ା, ତୁମୁଡ଼ିବନ୍ଧ,କୋଟଗଡ଼, ବେଲଘର, ଜି ଉଦୟଗିରି, ରାଇକିଆ ଆଦି ଅଞ୍ଚଳରେ ମଧ୍ୟ ଦିନକୁ ଦିନ ପାରଦ ଖସିବାରେ ଲାଗିଛି। ସକାଳେ 9 ଟା ଯାଏଁ କୁହୁଡ଼ିର ରାଜ୍ ଚାଲିଥିବାରୁ ଯାତାୟତରେ ସାମାନ୍ୟ ବାଧା ସ୍ରୁଷ୍ଟି ହଇଛି । ଏବେ ଥଣ୍ଡା ପଡୁଥିବାରୁ ସକାଳୁ ସକାଳୁ ଗରମ୍ ଗରମ୍ ଚା ପିଇବା ଲାଗୀ ଚା ଦୋକାନରେ ଲୋକଙ୍କ ଭିଡ ମଧ୍ୟ ଜମିଥିବା ଦେଖିବାକୁ ମିଳିଛି । ଆଗକୁ ପାଗ ଶୁଖିଲା ରହିଲେ ଥଣ୍ଡା ଆହୁରି ବଢ଼ିବାର ସମ୍ଭାବନା ରହିଥିବା କଥା ଫୁଲବାଣୀ ପାଣିପାଗ ପର୍ଯ୍ୟ ବେକ୍ଷକ ଅଭିନାସ୍ ମୁଖୀ କହିଛନ୍ତି।

related posts

Leave a Comment